ରେଞ୍ଜ ସ୍କୁଲ୍‌ ଆଗରେ ଅଭିଭାବକଙ୍କ ପ୍ରତିବାଦ

Advertisment
ରେଞ୍ଜ ସ୍କୁଲ୍‌ ଆଗରେ ଅଭିଭାବକଙ୍କ ପ୍ରତିବାଦ

ଚାନ୍ଦିପୁର: ବାଲେଶ୍ବର ଚାନ୍ଦିପୁର ପ୍ରତିରକ୍ଷା ବିଭାଗ  ଏବଂ ଡିଆରଡିଓ ସହଯୋଗରେ ୧୯୯୩ ମସିହାରୁ ରେଞ୍ଜ ସ୍କୁଲ ପରିଚାଳନା ହୋଇ ଆସୁଛି। ଏହି ସ୍କୁଲରେ ପରିଚାଳନାଗତ ତ୍ରୁଟି ଏବଂ ସ୍କୁଲ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟକଳାପ ଯୋଗୁଁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ପୂର୍ବରୁ ପ୍ରତି ପିଲାଙ୍କ ପାଇଁ ମାସକୁ ୩ରୁ ୪ଶହଟଙ୍କା ଦେଇ ପାଠ ପଢ଼ାଇବା ପାଇଁ ସୁଯୋଗ ଥିବାରୁ ବହୁ ଛାତ୍ରଛାତ୍ରୀ ଏହି ସ୍କୁଲରେ ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ। କିନ୍ତୁ ୩ବର୍ଷ ପୂର୍ବରୁ ଅଭିଭାବକମାନଙ୍କୁ ନଜଣାଇ ଡିଆରଡିଓ ଅନୁଦାନ କମାଇ ଦେଇଥିବା କଥା କହି ପ୍ରତି ପିଲାଙ୍କ ମାସିକ ଫିସ୍‌ ୩ ହଜାର ଟଙ୍କା ଅଧିକ କରିଦେଲେ।

କୌଣସି ଉପାୟ ନପାଇ ଅଭିଭାବକମାନେ ପିଲାଙ୍କୁ ପଢ଼ାଉଥିଲେ। କିନ୍ତୁ ଗତ ୨୦ ତାରିଖରେ ଅନ୍‌ଲାଇନ ପରୀକ୍ଷା ସରିବା ପରେ ଗତକାଲି ଅଧ୍ୟକ୍ଷ ମେସେଜ ମାଧ୍ୟମରେ ନବମ ଏବଂ ଏକାଦଶ ଶ୍ରେଣୀ ପିଲାଙ୍କ ଟିସି ନେଇଯିବା ପାଇଁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ  ଅଭିଭାବକଙ୍କ ପକ୍ଷରୁ ଏ ସଂପର୍କରେ ଅଧ୍ୟକ୍ଷଙ୍କୁ ଯୋଗାଯୋଗ କରା ଯାଇଥିଲେ ହେଁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରୁନାହିଁ। କେବଳ ମ୍ୟାନେଜମେଣ୍ଟରୁ ନିର୍ଦ୍ଦେଶ ଆସିଛି ବୋଲି କହି ଅଧ୍ୟକ୍ଷ କଥା ଏଡାଇ ଦେଇଥିଲେ। ଏହାକୁ ନେଇ କିଛି ସମୟ ପାଇଁ ଅଭିଭାବକଙ୍କ ମହଲରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଆଗାମୀ ଦିନରେ ଏହାର ସ୍ଥାୟୀ ପ୍ରତିକାର ନହେଲେ  ସମସ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକ ସ୍କୁଲ ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe