ପରୀ ମାମଲାର ଶୁଣାଣି ଆରମ୍ଭ: ଜଣଙ୍କ ସାକ୍ଷ୍ୟ ଗ୍ରହଣ, ପରବର୍ତ୍ତୀ ଶୁଣାଣି ୮ରେ

ପରୀ ମାମଲାର ଶୁଣାଣି ଆରମ୍ଭ: ଜଣଙ୍କ ସାକ୍ଷ୍ୟ ଗ୍ରହଣ, ପରବର୍ତ୍ତୀ ଶୁଣାଣି ୮ରେ

ନୟାଗଡ଼ : ବହୁଚର୍ଚ୍ଚିତ ନୟାଗଡ଼ର ନାବାଳିକା ପରୀ ହତ୍ୟାକାଣ୍ଡର ସୋମବାରଠାରୁ ଶୁଣାଣି ଆରମ୍ଭ ହୋଇଛି। ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବାବେଳେ ଆସନ୍ତାମାସ ୮ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ କରାଯାଇଛି।

ଗତ ଅଗଷ୍ଟ ୧୯ ତାରିଖରେ ଏନେଇ ଚାର୍ଜଫ୍ରେମ୍‌ ହୋଇଥିଲା। ଅଭିଯୁକ୍ତ ନାବାଳକକୁ ଅନୁଗୁଳ ବାଳସୁଧାର ଗୃହରେ ସୋମବାର ସକାଳୁ ଅଣାଯାଇ ନୟାଗଡ଼ ଚିଲ୍‌ଡ୍ରେନ୍‌ସ କୋର୍ଟରେ ହାଜର କରାଯାଇଥିଲା। ସୋମବାର ଦିନ ଅଭିଯୁକ୍ତ ଗ୍ରାମର ଦୁର୍ଯ୍ୟୋଧନ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବା ସରକାରୀ ଓକିଲ ଅନୱର ମଲ୍ଲିକ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୮ ତାରିଖରେ ହେବ ବୋଲି ଜଣାଯାଇଛି।

ଗୋଟିଏ ପଟେ ଚିଲ‌ଡ୍ରେନ୍‌ସ କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିବାବେଳେ, ଏବେବି ଗିରଫ ଅଭିଯୁକ୍ତକୁ ନେଇ ପରୀର ବାପା, ମା’ ସନ୍ତୁଷ୍ଟ ନାହାନ୍ତି। ପ୍ରକୃତ ଅଭିଯୁକ୍ତକୁ ଘଣ୍ଟ ଘୋଡ଼ାଯାଇଥିବା ସେମାନଙ୍କର ଅଭିଯୋଗ ରହିଛି। ମାମଲାର ସିବିଆଇ ତଦନ୍ତ ଦାବିରେ ପରୀ ବାପା, ମା’ ସୁପ୍ରିମକୋର୍ଟ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ମାମଲାର ଅଗଷ୍ଟ ୨୩ରେ ଶୁଣାଣି କରି ଏନେଇ ପୁନର୍ବାର ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ପରୀ ପରିବାର ହାଇକୋର୍ଟ ଦ୍ବାରସ୍ଥ ହୋଇଥିବାବେଳେ, ଆଗକୁ ଏହି ମାମଲାର ନ୍ୟାୟିକ ପ୍ରକ୍ରିୟାକୁ ଲୋକେ ଅପେକ୍ଷା କରିଛନ୍ତି।

ଉଲ୍ଲେଖଯୋଗ୍ୟ ୨୦୨୦ ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବାବେଳେ ହଠାତ୍‌ ଗାଏବ ହୋଇଯାଇଥିଲା। ସେହିମାସ ୨୩ରେ ତା’ର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ସ୍ଥାନୀୟ ପୁଲିସର ବିଫଳତା ପରେ ଏହାର ଏସ୍‌ଆଇଟି ତଦନ୍ତ ସରକାର କରିବାକୁ ବାଧ୍ୟ ହୋଇଥିଲେ। ଡିସେମ୍ବର ୧ରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ପରୀ ଗ୍ରାମ ଯଦୁପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥି‌ଲେ ଓ ୨୦ ତାରିଖରେ ଅଭିଯୁକ୍ତ ନାବାଳକକୁ ଗିରଫ କରିଥିଲେ। ଏହାପରେ ଗତ ଫେବ୍ରୁଆରି ୧୫ରେ ଏସ୍‌ଆଇଟି ନୟାଗଡ଼ ଚିଲ୍‌ଡ୍ରେନ୍‌ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe