‘ପରୀ-୨’ରେ ୨୦୬ ଉଦ୍ଧାର

Advertisment
‘ପରୀ-୨’ରେ ୨୦୬ ଉଦ୍ଧାର

କଟକ : ରାଜ୍ୟ କ୍ରାଇମ୍‌ବ୍ରାଞ୍ଚର ଅପରେସନ୍‌ ‘ପରୀ-୨’ର ଆଜି ଦ୍ୱିତୀୟ ଦିନରେ ମୋଟ ୨୦୬ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ଅପହରଣ ମାମଲାରେ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ସର୍ବାଧିକ ବୌଦ୍ଧ ଜିଲ୍ଲାରେ ୪୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି। ଗତକାଲିଠାରୁ ରାଜ୍ୟ ବ୍ୟାପୀ ‘ପରୀ-୨’ ଆରମ୍ଭ ହୋଇଥିଲା। ପ୍ରଥମ ଦିନର ୩୫ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଭିତରେ ଉଦ୍ଧାର କରାଯିବାକୁ ଥିବା ବେଳେ ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଉଭୟ କ୍ରାଇମ୍‌ବ୍ରାଞ୍ଚ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ଓଡ଼ିଶା ବାହାରକୁ ଗସ୍ତ କରିବ। ବିଭିନ୍ନ ପଡ଼ୋଶୀ ରାଜ୍ୟରେ ଓଡ଼ିଶାର ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe