ପରୀ ହତ୍ୟା ମାମଲା: ଅଭିଯୁକ୍ତର ଜାମିନ ଆବେଦନ ଖାରଜ

ପରୀ ମାମଲାର ଶୁଣାଣି ଆରମ୍ଭ: ଜଣଙ୍କ ସାକ୍ଷ୍ୟ ଗ୍ରହଣ, ପରବର୍ତ୍ତୀ ଶୁଣାଣି ୮ରେ

ନୟାଗଡ଼ : ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକର ଜାମିନ ଆବେଦନ ଖାରଜ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତ ନାବାଳକର ଓକିଲ ଏ ନେଇ ନୟାଗଡ଼ ଚିଲ୍‌ଡ୍ରେନ୍‌ସ କୋର୍ଟରେ ଆବେଦନ କରିଥିଲେ। ହେଲେ ବିଭିନ୍ନ ଦିଗକୁ ତର୍ଜମା କରିବା ପରେ ଚିଲ୍‌ଡ୍ରେନ୍‌ସ କୋର୍ଟ ଜଜ୍‌ ଆବେଦନକୁ ଖାରଜ କରିଥିବା ସୂଚନା ମିଳିଛି। ଏ ନେଇ ହାଇକୋର୍ଟରେ ଆବେଦନ କରିବେ ବୋଲି ଅଭିଯୁକ୍ତର ଓକିଲ ଚନ୍ଦ୍ରବିଜୟୀ ମିଶ୍ର ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ପରୀ ହତ୍ୟା ମାମଲାରେ ଏସ୍‌ଆଇଟି ଚାର୍ଜସିଟ୍‌ ଦାଖଲ କରିସାରିଥିବା ବେଳେ, ଆସନ୍ତା ମାସରେ ଚାର୍ଜଫ୍ରେମ୍‌ ହେବାକୁ ଯାଉଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe