ପରୀ ହତ୍ୟା ମାମଲା: ଅଭିଯୁକ୍ତର ବ୍ରେନ୍‌ ମ୍ୟାପିଂ ପାଇଁ ଏସ୍‌ଆଇଟିର ଆବେଦନ ଉପରେ ଶୁଣାଣି ଆରମ୍ଭ

Advertisment
ପରୀ ହତ୍ୟା ମାମଲା: ଅଭିଯୁକ୍ତର ବ୍ରେନ୍‌ ମ୍ୟାପିଂ ପାଇଁ ଏସ୍‌ଆଇଟିର ଆବେଦନ ଉପରେ ଶୁଣାଣି ଆରମ୍ଭ

ନୟାଗଡ଼: ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକର ବ୍ରେନ୍‌ ମ୍ୟାପିଂ ପାଇଁ ଏସ୍‌ଆଇଟି କରିଥିବା ଆବେଦନ ଉପରେ ଶୁଣାଣି ଆରମ୍ଭ କରାଯାଇଛି। ଅଭିଯୁକ୍ତକୁ ଅନୁଗୁଳସ୍ଥିତ ବାଳସୁଧାର ଗୃହରୁ ଅଣାଯାଇ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ(ଜେଜେବି)ରେ ହାଜର କରାଯାଇଛି। ତେବେ ବ୍ରେନ୍‌ ମ୍ୟାପିଂ ନେଇ ଜେଜେବି ଅନୁମତି ଦେଉଛନ୍ତି କି ନାହିଁ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସୂଚନା ମୁତାବକ, ଜେଜେବି ପୂର୍ବରୁ ଅଭିଯୁକ୍ତ ନାବାଳକର ନାର୍କୋ ଆନାଲିସିସ୍‌ ଟେଷ୍ଟ ପାଇଁ ଅନୁମତି ଦେଇନଥିଲେ। ଅଧିକ ପ୍ରମାଣ ଯୋଗାଡ଼ ପାଇଁ ଏହି ଟେଷ୍ଟ ନିମନ୍ତେ କ୍ରାଇମବ୍ରାଞ୍ଚ୍‌ର ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ୍‌ଆଇଟି) ଆବେଦନ କରିଥିଲା। ଏହି ଟେଷ୍ଟ ଦେବାପାଇଁ ଅଭିଯୁକ୍ତ ମନା କରିବାରୁ ଜେଜେବି ନାର୍କୋ ଆନାଲିସିସ୍‌ ଟେଷ୍ଟକୁ ଅନୁମତି ଦେଇନଥିଲେ। ଏହା ପରେ ଅଭିଯୁକ୍ତର ବ୍ରେନ୍‌ ମ୍ୟାପିଂ ପାଇଁ ଏସ୍‌ଆଇଟି ଜେଜେବିରେ ଆବେଦନ କରିଥିଲା, ଯାହାର ଶୁଣାଣି ଆଜି ଆରମ୍ଭ ହୋଇଯାଇଛି।

Delhi: 6-year-old girl brutally raped in Dwarka, accused Mohammed Nanhe arrested OpIndia

ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତର ନାର୍କୋ ଆନାଲିସିସ୍‌ ଟେଷ୍ଟ ପାଇଁ ନୟାଗଡ଼ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ(ଜେଜେବି)ରେ ଏସ୍‌ଆଇଟି ପକ୍ଷରୁ ଆବେଦନ କରାଯାଇଥିଲା। ଏଥିସହିତ, ଅଭିଯୁକ୍ତର ମୋବାଇଲ ସହ ପରୀ ମୃତଦେହ ମିଳିଥିବା ବସ୍ତାରେ ଯେଉଁ ତାର ବନ୍ଧା ଯାଇଥିଲା, ତାକୁ ମଧ୍ୟ ଫରେନସିକ୍‌ ଲ୍ୟାବ୍‌କୁ ପଠାଇବାକୁ ଏସ୍ଆଇଟି ଆବେଦନ କରିଥିଲା। ଏସବୁର ଓଡ଼ିଶାରେ ପରୀକ୍ଷା ହୋଇ ନ ପାରିବାରୁ ଗୁଜୁରାଟସ୍ଥିତ ଲ୍ୟାବ୍‌କୁ ପଠାଇବାକୁ ଆବେଦନ କରିଥିଲା ଏସ୍‌ଆଇଟି। ବସ୍ତାରେ ବନ୍ଧା ଯାଇଥିବା ତାର ଓ ଅଭିଯୁକ୍ତ ଡେମୋ ସମୟରେ ନିଜ ଘ‌ରେ ଦେଖାଇଥିବା ତାର ସହ ମେଳ ଖାଉଛି ନା ନାହିଁ, ତାହା ଜାଣିବା ପାଇଁ ଫରେନସିକ୍‌ ଲ୍ୟାବ୍‌କୁ ପଠାଇବା ପାଇଁ ଏସ୍‌ଆଇଟିର ଯୋଜନା ରହିଛି। ଏଥିପାଇଁ ଜେଜେବି ଅନୁମତି ଦେଇଥିବା ସରକାରୀ ଓକିଲଙ୍କଠାରୁ ଜଣାପଡ଼ିଛି। ତେବେ, ଗୁଜୁରାଟ ବଦଳରେ କଲିକତାର ଫରେନସିକ୍‌ ଲ୍ୟାବ୍‌ରେ ଏହାର ପରୀକ୍ଷା କରାଯାଇ ପାରୁଥିବାରୁ ସେଠାରେ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe