image source-new indian express
ନୟାଗଡ଼ : ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ନାବାଳକର ଲେୟାର୍ଡ ଭଏସ୍ ଆନାଲିସିସ୍ (ଏଲ୍ଭିଏ) ପରୀକ୍ଷା ଆବେଦନର ଶୁଣାଣି ଆସନ୍ତା ୧୨ ତାରିଖରେ କରାଯିବ। ଅଧିକ ପ୍ରମାଣ ସଂଗ୍ରହ କରିବାକୁ ଏଭଳି ବୈଜ୍ଞାନିକ କୌଶଳ ଏସ୍ଆଇଟି ଆପଣାଇଛି। ଜାନୁଆରି ୨୦ରେ ପରୀ ମାମଲାର ଶୁଣାଣି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ (ଜେଜେବି)ରେ କରାଯାଇଥିଲା। ଉକ୍ତ ଦିନ ଏଲ୍ଭିଏ ବାବଦରେ ଶୁଣାଣି ହେବାକୁ ଥିବା ବେଳେ, ଅଭିଯୁକ୍ତ ନାବାଳକ ହେଲେ ମଧ୍ୟ ମାନସିକ ଓ ଶାରୀରିକ ଭାବେ ହତ୍ୟା ଓ ଦୁଷ୍କର୍ମ କରିବାକୁ ସକ୍ଷମ ବୋଲି ଏସ୍ଆଇଟି ପ୍ରମାଣ ଦାଖଲ କରିଥିଲା। ଫଳରେ ମାମଲା ଜେଜେବିରୁ ଚିଲ୍ଡ୍ରେନ୍ କୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ଜେଜେବି ଏଲ୍ଭିଏ ସମ୍ପର୍କରେ ଚିଲ୍ଡ୍ରେନ୍ କୋର୍ଟ ନିଷ୍ପତ୍ତି ନେବେ ବୋଲି ଶୁଣାଣି କରିଥିଲେ। ଫେବ୍ରୁଆରି ୫ (ଆଜି)ରେ ମାମଲାର ଶୁଣାଣି ହେବାକୁ ଥିବା ବେଳେ, ଏହାକୁ ଆସନ୍ତା ୧୨ ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା ଆଇନଜୀବୀ ଅନୱର ମଲ୍ଲିକ ସୂଚନା ଦେଇଛନ୍ତି।
Follow Us