ଭୁବନେଶ୍ୱର : ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ପୁଣି ରାଜରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା। ଆଜି ମହିଳା ମୋର୍ଚ୍ଚା ଓ ଦଳର ବରିଷ୍ଠ ନେତାମାନେ ସର୍କିଟ୍ ହାଉସ ନିକଟରେ ଧାରଣାରେ ବସିବା ସହ ସରକାରଙ୍କ ବିରୋଧରେ ସ୍ଲୋଗାନ୍ ଦେଇଥିଲେ। ଏହାପରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଘଟଣାରେ ହସ୍ତକ୍ଷେପ ଲୋଡ଼ିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁଲି ନାୟକ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପର୍କ ନେଇ ଅଭିଯୋଗ ହେବା ସହ ଏକ ଅଡିଓ ମଧ୍ୟ ଭାଇରାଲ୍ ହୋଇଛି। ନୟାଗଡ଼ ଏସ୍ପି ଚାପରେ ରହି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ପରୀ ପରିବାରକୁ ଅର୍ଥ ଲୋଭ ଦେଖାଇ ମାମଲାକୁ ଚପାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏସଆଇଟି ତଦନ୍ତ ହାଇକୋର୍ଟର କେଉଁ ବିଚାରପତିଙ୍କ ତତ୍ତ୍ବାବଧାନରେ ଚାଲିଛି ବୋଲି ବିଜେପି ପ୍ରଶ୍ନ କରିଛି। ଘଟଣାରେ ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ନେଇ ରାଜ୍ୟପାଳଙ୍କ ନିକଟରେ ଦାବି ରଖିଛି ମହିଳା ମୋର୍ଚ୍ଚା ପ୍ରତିନିଧି ଦଳ। ଏହି ଧାରଣା କାର୍ଯ୍ୟକ୍ରମରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ ଷଡ଼ଙ୍ଗୀ, ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ, ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା, ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଅନୁ ଚୌଧୁରୀ, ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us