ପରୀ ହତ୍ୟାକାଣ୍ଡ ମାମଲା : ଯଦୁପୁରରେ ପୁଲିସ୍ ଛାଉଣି, ଗାଁ ଦାଣ୍ଡରେ କାନ୍ଦିଲେ ଅଭିଯୁକ୍ତର ମା’

Advertisment
ପରୀ ହତ୍ୟାକାଣ୍ଡ ମାମଲା : ଯଦୁପୁରରେ ପୁଲିସ୍ ଛାଉଣି, ଗାଁ ଦାଣ୍ଡରେ କାନ୍ଦିଲେ ଅଭିଯୁକ୍ତର ମା’

ନୟାଗଡ଼: ବହୁଚର୍ଚ୍ଚିତ ନାବାଳିକା ପରୀ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଯଦୁପୁର ଗ୍ରାମର ଅଭିଯୁକ୍ତ କଲେଜ ଛାତ୍ର ସରୋଜ ସେଠୀକୁ ପୋକସୋ କୋର୍ଟରେ ହାଜର କରାଇବା ପୂର୍ବରୁ ତାର ପରିବାର ସହ ଏସଆଇଟି ଭେଟ କରାଇବାକୁ ଆଣୁଥିବାର ସୂଚନା ମିଳିଛି। ତେବେ ଏସଆଇଟି ପକ୍ଷରୁ ଏହା ସ୍ପଷ୍ଟ କରାଯାଇନାହିଁ। ପୂରା ଘଟଣାର ଡେମୋ ପ୍ରଦର୍ଶନ ଲାଗି ଅଭିଯୁକ୍ତକୁ ଆଜି ଏସ୍ଆଇଟି  ଯଦୁପୁରକୁ ଅଣୁଥିବା କୁହାଯାଉଛି।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ପରୀ ମାମଲାର ତଦନ୍ତ କରୁଥିବା ଏସ୍ଆଇଟି ଅଭିଯୁକ୍ତର ଗିରଫ ନେଇ ତାଙ୍କର ମା ଓ ଭଉଣୀକୁ ସୂଚନା ଦେଇଥିଲେ। ଏସ୍ଆଇଟିର କିଛି ଅଧିକାରୀ ଯଦୁପୁରରେ ଅଭିଯୁକ୍ତର ଘରେ ପହଞ୍ଚି, ଅଭିଯୁକ୍ତ ନାବାଳକ ଥିବାରୁ ପରିବାରକୁ ନ୍ୟାୟିକ ପ୍ରକ୍ରିୟାରେ ସହଯୋଗ କରିବାକୁ ବୁଝାଇଥିଲେ। ତେବେ ଭାଇର ଏଭଳି ଗିରଫଦାରିକୁ ଭଉଣୀ ବିଶ୍ବାସ କରିପାରିନାହିଁ। କାନ୍ଦି କାନ୍ଦି ତାଙ୍କ ଭାଇ ଏଭଳି କାର୍ଯ୍ୟ କରି ନଥିବା ଏସ୍ଆଇଟିକୁ କହୁଥିବା ଦେଖିବାକୁ ମିଳିଥିଲା। ଅଭିଯୁକ୍ତ ଛାତ୍ରର ବାପାଙ୍କର କିଛି ବର୍ଷ ତଳେ ମୃତ୍ୟ ଘଟିଥିବା ବେଳେ, ମା ଜଣେ ଆଶାକର୍ମୀ ଏବଂ ମା ହିଁ ଘର ଚଳାଉଥିଲେ। ଏଣେ ଗାଁ ଦାଣ୍ଡରେ ବାହୁନି ବାହୁନି ଅଭିଯୁକ୍ତର ମା’ କାନ୍ଦୁଥିବାର ଦେଖିବାକୁ ମିଳିଛି। ଗାଁ ଦାଣ୍ଡରେ ଅଭିଯୁକ୍ତ  ସରୋଜର ମା’ଙ୍କୁ ଭଉଣୀ ବୁଝାଉଥିବାର ପ୍ରୟାସ କରୁଥିବା ଏକ ଭିଡିଓ ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe