ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଲାଗି ସହାୟକ ପୁସ୍ତିକା ‘ପରୀକ୍ଷା ଦର୍ପଣ’ ଉନ୍ମୋଚିତ, ଫେବ୍ରୁଆରି ୧୫ତାରିଖ ମଧ୍ୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରାଯିବାର ଲକ୍ଷ୍ୟ

ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଲାଗି ସହାୟକ ପୁସ୍ତିକା ‘ପରୀକ୍ଷା ଦର୍ପଣ’ ଉନ୍ମୋଚିତ, ଫେବ୍ରୁଆରି ୧୫ତାରିଖ ମଧ୍ୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରାଯିବାର ଲକ୍ଷ୍ୟ

ଭୁବନେଶ୍ବର: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଲାଗି ସହାୟକ ପୁସ୍ତିକା ‘ପରୀକ୍ଷା ଦର୍ପଣ’ ଉନ୍ମୋଚିତ ହୋଇଯାଇଛି। ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ଅନୁଷ୍ଠାନ ପରିସରରେ ଏହାର ଉନ୍ମୋଚନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ୭୦୦ ପୃଷ୍ଠା ସମ୍ବଳିତ ଏହି ପୁସ୍ତିକାଟି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାରେ ସହାୟକ ହେବ। କରୋନା ପାଇଁ ଶିକ୍ଷାବର୍ଷ ପ୍ରଭାବିତ ହୋଇଛି। ମାଟ୍ରିକ ପରୀକ୍ଷା ନେଇ ପିଲାଙ୍କ ଶଙ୍କା ଦୂର କରିବା ଲାଗି ଗଣଶିକ୍ଷା ବିଭାଗ ମାଗଣାରେ ଏହି ପୁସ୍ତିକାକୁ ବାଣ୍ଟିବ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ମାଗଣା ‘ପରୀକ୍ଷା ଦର୍ପଣ’ ପୁସ୍ତିକା ଦେବାକୁ ପୂର୍ବରୁ ଘୋଷଣା କରାଯାଇଥିଲା। ଏହାଦ୍ବାରା ରାଜ୍ୟର ସମସ୍ତ ଦଶମ ଶ୍ରେଣୀର ମୋଟ ୬ ଲକ୍ଷ ୨୦ ହଜାର ୫୦୮ ଛାତ୍ରଛାତ୍ରୀ ଉପକୃତ ହେବେ। ଜିଲ୍ଲା ଶିକ୍ଷା ଅଧିକାରୀମାନେ ବହି ବଣ୍ଟନ କାର୍ଯ୍ୟର ଦାୟିତ୍ଵ ନେବେ। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ପୁସ୍ତକଗୁଡ଼ିକ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଆଜି ରାଜ୍ୟର ଉପାନ୍ତ ଜିଲ୍ଲା ନୂଆପଡ଼ା, ମାଲକାନାଗିରି, ନବରଙ୍ଗପୁର ଓ କୋରାପୁଟକୁ ମୋଟ ୫୦ ହଜାର ପୁସ୍ତକ ପଠାଯାଇଛି। ଏହି ସମସ୍ତ ପୁସ୍ତକ ପର୍ଯ୍ୟାୟକ୍ରମେ ଫେବ୍ରୁଆରି ୧୨ ତାରିଖ ମଧ୍ୟରେ ସମସ୍ତ ଜିଲ୍ଲାକୁ ପ୍ରେରଣ କରାଯିବାର ବ୍ୟବସ୍ଥା କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀମାନେ ଫେବ୍ରୁଆରି ୧୫ତାରିଖ ମଧ୍ୟରେ ସମସ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଏହା ବଣ୍ଟନ କରାଯିବାର ଲକ୍ଷ୍ୟ ରଖାଯାଇଛି। ତେବେ ଜିଲ୍ଲା ଶିକ୍ଷା ଅଧିକାରୀ ମାନେ ଜିଲ୍ଲାର ଉପାନ୍ତ ବ୍ଲକର ଛାତ୍ରଛାତ୍ରୀମାନଙ୍କୁ ପ୍ରଥମେ ପ୍ରାଥମିକତା ଦେବାକୁ ବ୍ୟବସ୍ଥା କରିବେ ଏବଂ ପୁସ୍ତକ ବଣ୍ଟନରେ ନିୟୋଜିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe