ବରଗଡ଼ : କେବେ ସୁଧୁରିବ ବେଆଇନ୍‌ ପାର୍କିଂ ସମସ୍ୟା?

Advertisment
ବରଗଡ଼ : କେବେ ସୁଧୁରିବ ବେଆଇନ୍‌ ପାର୍କିଂ ସମସ୍ୟା?

YouTube

ବରଗଡ଼ : କରୋନା କଟକଣା କୋହଳ ହେବା ପରେ ସହରର ବ୍ୟସ୍ତତମ ସଡ଼କ ଗୁଡ଼ିକରେ ପୁଣି ଦୈନିକ ହଜାରହଜାର ଗାଡ଼ି ଚଳାଚଳ କଲାଣି। ପୁଣି ମନମୁଖୀ ଗାଡ଼ି ଚଳାଚଳ ଯୋଗୁଁ ଟ୍ରାଫିକ୍‍ ସମସ୍ୟା ଉପୁଜୁଛି। ପୂର୍ବରୁ ସହରରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପୁଲିସ୍‌ କିଛି ଆଖିଦୃଶିଆ ପଦକ୍ଷେପ ହାତକୁ ନେଇଛି। ବିଭିନ୍ନ ସ୍ଥାନରେ ମୁଖ୍ୟରାସ୍ତା କଡ଼ରୁ ଉଠାଦୋକାନୀଙ୍କୁ ସ୍ଥାନାନ୍ତର କରାଯାଇଛି। ବିକାଶ ସ୍କୁଲରୁ ହଳଦୀପାଲି ଛକ ଯାଏ ରାସ୍ତା ପ୍ରଶସ୍ତୀକରଣ ଚାଲିଛି। କିଛି ସ୍ଥାନରେ ଡିଭାଇଡର୍‌ ତିଆରି ସରିଲାଣି। କିଛି ସ୍ଥାନରେ ଡିଭାଇଡର୍‌ ପାଇଁ ଗାତ ଖୋଳା ଯାଇଥିଲେ ହେଁ ରାସ୍ତାର ଉଭୟ ପାର୍ଶ୍ବରେ ଗମନାଗମନ ପାଇଁ ପର୍ଯ୍ୟାପ୍ତ ସ୍ଥାନ ରହିଛି। କିନ୍ତୁ ସେହି ପୁରୁଣା ଢାଞ୍ଚ‌ାରେ ଅବୈଧ ପାର୍କିଂ ଜାରି ରହିଛି। ଏଣେ ଡିଭାଇଡର୍‌ ପାଇଁ ମଝି ରାସ୍ତା ଖୋଳା ଯାଇଥିବାରୁ ରାସ୍ତାର ଉଭୟ ପାର୍ଶ୍ବ ଆହୁରି ସଂକୀର୍ଣ୍ଣ ହୋଇଛି। ‌ତେଣୁ ପୁନର୍ବାର ଟ୍ରାଫିକ୍ ସମସ୍ୟା ମୁଣ୍ଡ ଟେକୁଛି।

publive-image YouTube

ଗାନ୍ଧୀ ଛକରୁ କେନାଲ ରୋଡ୍‌, ଘରୋଇ ବସ୍‌ଷ୍ଟାଣ୍ତ-ଗୁରୁଦ୍ବାରା ଛକ, ଗୁରୁଦ୍ବାରା ଛକ-ରେଳ ଷ୍ଟେସନ ରାସ୍ତା, ବାନ୍ଦୁଟିକ୍ରା ଛକ-ଭଟଲି ଛକ ଅବୈଧ ପାର୍କି˚ସ୍ଥଳୀ ପାଲଟିଛି। ଉଠାଦୋକାନୀମାନେ ରାସ୍ତାକଡ଼ରେ ଜବରଦଖଲ କରି ପସରା ଖୋଲିଛନ୍ତି। ରାସ୍ତା ସଂକୁଚିତ କାରଣରୁ ସକାଳ ୧୦ରୁ ୧୨ ଏବଂ ସଂଧ୍ୟା ସମୟରେ ଗାଡ଼ି ଚଳାଚଳ କରିବା ମୁସ୍କିଲ୍‍। ପରିସ୍ଥିତି ଏଭଳି ଯେ, ଗୋଟିଏ ଚାରିଚକିଆ ଗାଡ଼ି ଗଲେ ତାକୁ ଓଭରଟେକ୍‍ କରିବା କାଠିକର । ତେଣୁ ଧାଡ଼ିଧାଡ଼ି ହୋଇ ଗାଡ଼ିମାନେ ପଛକୁ ପଛ ଲମ୍ୱୁଛି । ବେଳେବେଳେ ରୋଗୀଙ୍କୁ ଜରୁରୀ ଚିକିତ୍ସା ପାଇଁ ନେଉଥିବା ଆମ୍ୱୁଲାନ୍‍ସକୁ ଅଟକି ରହିବାକୁ ପଡ଼ୁଛି । ଯେତେ ସାଇରନ୍‍ ମାରିଲେ ମଧ୍ୟ ଆଗରୁ ଟ୍ରାଫିକ୍‍ ହଟୁନି । ସାମାନ୍ୟ ଦିନରେ ଏହି ରାସ୍ତାରେ ୩୦ରୁ ୪୦ କିମି ବେଗରେ ଗାଡ଼ି ଚଳାଚଳ କରେ। ଟିକିଏ ଭିଡ଼ ହେଲେ ବେଗ ଘଣ୍ଟାପ୍ରତି ମାତ୍ର ୨୦କିମି । ଜରୁରୀ କାମରେ ବାହାରୁଥିବା ଲୋକଙ୍କୁ ଏଥିପାଇଁ ସର୍ବଦା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ।

ପୂର୍ବରୁ ସହର ସାରା ମୁଖ୍ୟରାସ୍ତା କଡ଼ରେ ପନିପରିବା ପସରା ବସୁଥିଲା। ଠେଲା ଲାଗୁଥିଲା। ତେବେ ଉଠାଦୋକାନୀଙ୍କୁ ରାସ୍ତାକଡ଼ରୁ ଦୂରରେ ବ୍ୟବସାୟ କରିବା ପାଇଁ କୁହାଯାଇଛି। ତେବେ ପେଟପାଟଣା ପାଇଁ ସେମାନଙ୍କୁ ଉଚିତ ସ୍ଥାନରେ ଥଇଥାନ କରିବାକୁ ଦାବି ହେଉଛି। ଏହାବାଦ ସହରର ଅଧିକାଂଶ ଦୋକାନୀ ବିକ୍ରୟ ସାମଗ୍ରୀର ପ୍ରଦର୍ଶନ ପାଇଁ ରାସ୍ତା ଉପରକୁ ମାଡ଼ି ଆସିଛନ୍ତି। ଫଳରେ ରାସ୍ତା ସଂକୁଚିତ ହେବା ସ୍ୱଭାବିକ। ଅଥଚ ଏଠାରେ କେବେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ତେଣୁ ବେଆଇନ ପାର୍କିଂ ଜନିତ କାର୍ଯ୍ୟାନୁଷ୍ଠାନ ସହ ନୂଆ ପାର୍କିଂସ୍ଥଳୀ ଚିହ୍ନଟ ଜରୁରୀ ହୋଇପଡ଼ିଛି। ଅଟୋ, ରିକ୍ସା ପାଇଁ ମଧ୍ୟ ପାର୍କିଂସ୍ଥଳୀ ଚିହ୍ନଟ ହେଉନଥିବାରୁ ଅନ୍ୟତମ ସମସ୍ୟା ସାମନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe