Zee News
ଭୁବନେଶ୍ବର : ଆସନ୍ତାକାଲି ସନ୍ଧ୍ୟା ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସମଗ୍ର ରାଜ୍ୟରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯିବ। ଏଥିପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଲୋକସେବା ଭବନକୁ ଆସିବେ। ଲୋକସେବା ଭବନରେ ସାମାଜିକ ଦୂରତା ରକ୍ଷା କରି ସମୂହ ଗାନ କରିବାକୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି ସନ୍ଧ୍ୟା ସାଢ଼େ ୬ଟାରୁ ଆସନ୍ତାକାଲି ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଚାରିଚକିଆ ଓ ଦୁଇ ଚକିଆ ଯାନ ପାର୍କିଂ ଉପରେ କଟକଣା ଲାଗୁ କରାଯାଇଛି। ଏ ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ନିର୍ଦ୍ଦେଶନାମା ଅନୁଯାୟୀ, ଲୋକସେବା ଭବନର ପଛପଟେ ଥିବା ଗେଟ୍ ନମ୍ବର ୫ର ବାହାର ପଟ ପାଚେରୀରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସରକାରୀ ଅଧିକାରୀ ଓ ମନ୍ତ୍ରୀମାନଙ୍କ ଚାରି ଚକିଆ ଯାନ ପାର୍କିଂ କରାଯିବ। ଏହାସହିତ ଓଡ଼ିଶା ସଡ଼କ ପରିବହନ ନିଗମ ଗ୍ୟାରେଜ୍ ସ୍ଥାନ, ଜୟଦେବ ଭବନ, ଇନ୍ଦିରା ପାର୍କ୍ ନିକଟ ଖାଲି ସ୍ଥାନ, ଵାଟର୍ ଟ୍ୟାଙ୍କ୍ ଅଫିସ୍ ଓ ଇଡିକଲ୍ ଅଡିଟୋରିୟମ୍ରେ ଗାଡ଼ି ରଖାଯିବ। ସେହିପରି ଦୁଇ ଚକିଆ ଯାନଗୁଡ଼ିକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଟ୍ରାଫିକ୍ ପୁଲିସ ଷ୍ଟେସନ୍ ପାଖରେ ଥିବା ଖାଲି ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
Follow Us