ରଥଯାତ୍ରାରେ ପାର୍କିଂ ବନ୍ଦୋବସ୍ତ

Advertisment
ରଥଯାତ୍ରାରେ ପାର୍କିଂ ବନ୍ଦୋବସ୍ତ

ପୁରୀ : ପବିତ୍ର ରଥଯାତ୍ରା ସମୟରେ ପୁରୀରେ ପାର୍କିଂ ବ୍ୟବସ୍ଥାରେ ପୂର୍ବ ବର୍ଷମାନଙ୍କ ଅପେକ୍ଷା ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଚଳିତବର୍ଷ ପ୍ରାୟ ୩୦ଟି ଅସ୍ଥାୟୀ ପାର୍କିଂସ୍ଥଳୀ ସୃଷ୍ଟି କରାଯାଉଛି।

ଚଳିତବର୍ଷ ଟୁରିଷ୍ଟ ବସ୍‌ ଭାରିଯାନ ପାଇଁ ୫ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏହି ୫ଟି ପାର୍କିଂ ସ୍ଥଳୀ (ମାଳତୀପାଟପୁର ବସ୍‌ଷ୍ଟାଣ୍ଡ, ଏହାର ନିକଟରେ ଥିବା ଶ୍ରୀମନ୍ଦିର ପ୍ରଶାସନର ଖ‌ାଣ୍ଡେଲାଇଟ୍‌ ଷ୍ଟକ୍‌ ୟାର୍ଡ, ତାଳବଣିଆ, ବାଇଦାସ ନଗର ନିକଟ ଉଦ୍ୟାନ କୃଷି ଅଫିସ ଓ ନାଗପାଟଣା)ରେ ବାହାର ରାଜ୍ୟରୁ ଆସୁଥିବା ଟୁରିଷ୍ଟ ବସ୍‌ଗୁଡ଼ିକ ପାର୍କିଂ କରିବ। ଗାଡ଼ିଗୁଡ଼ିକ ସେହିଠାରୁ ନିଜ ନିଜ ଗନ୍ତବ୍ୟସ୍ଥଳୀକୁ ଫେରିବେ। ତେବେ ରେଗୁଲାର ବସ୍‌ଗୁଡ଼ିକ ସବୁଦିନ ଭଳି ଗୁଣ୍ଡିଚା ମନ୍ଦିର ପାଖ ବସ୍‌ଷ୍ଟାଣ୍ଡକୁ ଆସି ଏଠାରୁ ଯାତ୍ରୀମାନଙ୍କୁ ନେଇ ଫେରିପାରିବେ।

ସେହିପରି ହାଲୁକା ଚାରିଚକିଆ ଯାନ ପାଇଁ ପ୍ରାୟ ୧୫ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଥିବା ନେଇ ଟ୍ରାଫିକ୍‌ ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହି ୧୫ଟି ସ୍ଥାନ ମଧ୍ୟରେ ଲୋକନାଥ ମନ୍ଦିର ସମ୍ମୁଖ, ଯାତ୍ରିକା, ନାଲି ଫିଲ୍ଡ, ବ୍ଲୁ ଫ୍ଲାଗ୍‌ ବିଚ୍‌, ଏସ୍‌ସିଏସ୍‌ କଲେଜ ପଡ଼ିଆ, ଭୁଦାନ, ହେଲିପ୍ୟାଡ୍‌, ଆଇଟିଆଇ କଲେଜ୍‌ ପଡ଼ିଆ ଓ ନୀଳାଚଳ ଅଶୋକ ହୋଟେଲ ପଡ଼ିଆ ଆଦି ଅଞ୍ଚଳରେ ପାର୍କିଂ କରିବେ।

ତେବେ ବାଇକ୍‌ ପାର୍କିଂ ପାଇଁ ଏସ୍‌ସିଏସ୍‌ କଲେଜ, ସୁଷମା ଗାର୍ଡନ, ଜଗନ୍ନାଥ ବଲ୍ଲଭ, ମଶାଣିଚଣ୍ଡୀ ଛକ, ଫ୍ଲୋରିସ୍‌ ଇଣ୍ଡିଆ, କୃଷକ ବଜାର ଆଦି ଅଞ୍ଚଳରେ ବାଇକ୍‌ ପାର୍କିଂ କରିବେ। ବଡ଼ଦାଣ୍ଡ ଓ ଏହାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାଗୁଡ଼ିକ ନୋ ପାର୍କିଂ ଜୋନ୍‌ ଭାବେ ଘୋଷଣା କରାଯାଇଛି। ବଡ଼ଦାଣ୍ଡକୁ ସମସ୍ତ ଭକ୍ତ ଚାଲିଚାଲି ଆସିବାକୁ ହେବ ବୋଲି ଟ୍ରାଫିକ୍‌ ପୁଲିସ ପକ୍ଷରୁ କୁହାଯାଇଛି।

ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଭିନ୍ନକ୍ଷମମାନଙ୍କ ପାଇଁ ବଳଗଣ୍ଡି ସ୍କୁଲରେ ଦର୍ଶନ ବ୍ୟବସ୍ଥା କରାଯାଇଛି। ତେବେ ଭିନ୍ନକ୍ଷମମାନଙ୍କୁ ଜିଲ୍ଲା ସ୍କୁଲ, ଗରୁଡ଼ ଛକ, ମଙ୍ଗଳାଘାଟ ଛକ, ସୁଭାଷ ବୋଷ ଛକ, ଝାଡ଼େଶ୍ବରୀ ଛକ ଆଦି ୮ଟି ସ୍ଥାନରୁ ସ୍ବତନ୍ତ୍ର ଗାଡ଼ିରେ ବଳଗଣ୍ଡି ସ୍କୁଲକୁ ଅଣାଯିବାର ବ୍ୟବସ୍ଥା କରାଯାଇଛି। ତେବେ ଏହି ବ୍ୟବସ୍ଥାରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe