ଆଜି ସ୍ନାନପୂର୍ଣ୍ଣିମା: ପାର୍କିଂ ପାଇଁ ସ୍ଥାନ ନିର୍ଦ୍ଧାରିତ

Advertisment
ଆଜି ସ୍ନାନପୂର୍ଣ୍ଣିମା: ପାର୍କିଂ ପାଇଁ ସ୍ଥାନ ନିର୍ଦ୍ଧାରିତ

Telegraph India

ପୁରୀ : ସ୍ନାନମଣ୍ଡପରେ ଦର୍ଶନ ଦେବେ ମହାପ୍ରଭୁ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ଏହି ମାନବୀୟ ଲୀଳାଖେଳାକୁ ସୁରୁଖୁରୁରେ ସଂଦର୍ଶନ କରିବା ଲାଗି ପୁଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଟ୍ରାଫିକ୍‌ଠୁ ନେଇ ପାର୍କିଂ ପର୍ଯ୍ୟନ୍ତ ସ୍ବତନ୍ତ୍ର ବନ୍ଦୋବସ୍ତ କରାଯାଇଛି। ବିଶେଷକରି ଭକ୍ତଙ୍କୁ ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ପାଇଁ ମୁତୟନ ହେବେ ୧୩୫୫ ପୁଲିସ୍‌ ସମେତ ୫୨ ପ୍ଲାଟୁନ୍‌ ଫୋର୍ସ। ଯେଉଁ ଭକ୍ତମାନେ ବସ୍‌ରେ ଭୁବନେଶ୍ବର କିମ୍ବା କୋଣାର୍କ ପଟୁ ଆସିବା ପାଇଁ ଚାହୁଛନ୍ତି ସେମାନେ ସହର ମଧ୍ୟରେ ଥିବା ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସିପାରିବେ। ନିୟମିତ ଯାତ୍ରୀ ଚଳାଚଳରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ସେହିଭଳି ଯେଉଁମାନେ ଟାଉନ ବସ୍‌ରେ ବଡ଼ଦାଣ୍ଡକୁ ଆସିବାକୁ ଚାହିବେ ସେମାନେ କେବଳ ମେଡିକାଲ୍‌ ଛକ ପର୍ଯ୍ୟନ୍ତ ଆସିପାରିବେ। କାର୍‌ ଓ ଏସ୍‌ୟୁଭି ପାର୍କିଂ ପାଇଁ ଜଗନ୍ନାଥ ବଲ୍ଲଭ, ଶରଧାବାଲି, ଯାତ୍ରିକା, ବ୍ଲୁ ଫ୍ଲାଗ୍‌ ବିଚ୍‌ ଓ ଦିଗବାରେଣୀ ଛକ‌ରେ ବ୍ୟବସ୍ଥା ହୋଇଛି। ଯେଉଁମାନେ ବାଇକ୍‌ ନେଇ ଆସିବେ ସେମାନେ ବଡ଼ଦାଣ୍ଡରେ ମାର୍କେଟ୍‌ ଛକଠାରୁ ଗ୍ରାଣ୍ଡ ସେଣ୍ଟର ମଧ୍ୟରେ ପାର୍କିଂ କରି ଦର୍ଶନ ପାଇଁ ଯାଇପାରିବେ। ତେବେ ମରିଚିକୋଟ ଛକରୁ ଜଗାବଳିଆ ଲଜ୍‌ ପର୍ଯ୍ୟନ୍ତ କୌଣସି ଯାନବାହନ ଯାତାୟାତ କରିପାରିବ ନାହିଁ। ଏଥିସହ ପୁଲିସ୍‌ ପକ୍ଷରୁ ୨୪ ଘଣ୍ଟିଆ ହେଲ୍‌ପ ଲାଇନ୍‌ ନମ୍ବର ରହିବ। ୬୩୭୦୯୬୭୧୦୦ ନମ୍ବରରେ ଯୋଗାଯୋଗ କରି ପୁଲିସ୍‌ର ସହାୟତା ନେଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe