ପାରଳା ଓକିଲ ସ˚ଘ ସଭାପତି ରାମନାଥ ମିଶ୍ରଙ୍କ ଦେହାନ୍ତ

୨୫ବର୍ଷ ଧରି ଦାୟିତ୍ବରେ ରହିଥିଲେ

ପାରଳା ଓକିଲ ସ˚ଘ ସଭାପତି ରାମନାଥ ମିଶ୍ରଙ୍କ ଦେହାନ୍ତ

ପାରଳାଖେମୁଣ୍ତି : ପାରଳା ସହର ତଥା ଗଜପତି ଜିଲ୍ଲାର ଜଣାଶୁଣା ଆଇନଜୀବୀ, ପାରଳା ଓକିଲ ସଂଘର କ୍ରମାଗତ ୨୫ରୁ ଅଧିକ ଥର ସଭାପତି ରହି ଆସିଥିବା ତଥା ବିଜେଡି ନେତା ରାମନାଥ ମିଶ୍ର(୭୬)ଙ୍କ ଆଜି ପୂର୍ବାହ୍ନରେ ନିଜ ପାରଳାଖେମୁଣ୍ଡି ବାସଭବନରେ ଦେହାନ୍ତ ହୋଇଯାଇଛି। ଗତ ଦୁଇଦିନ ତଳେ ସେ ଅସୁସ୍ଥ ଅନୁଭବ କରିବା ପରେ ପାରଳା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଆସୁଥିଲେ। ସେ ୧୫ରୁ ଅଧିକ ବ୍ୟାଙ୍କ, ଏଲ୍‌ଆଇସି ଅଫ ଇଣ୍ତିଆ, ରେଳବାଇର ଆଇନ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିବା ବେଳେ ବର୍ତ୍ତମାନ ଜିଲ୍ଲା ସ୍ବାସ୍ଥ୍ୟ ସମିତିର ପରାମର୍ଶଦାତା ଭାବେ କାର୍ଯ୍ୟ କରି ଆସୁଥିଲେ।

ତାଙ୍କ ଦେହାନ୍ତ ଖବର ପ୍ରକାଶ ହେବା ପରେ ବରିଷ୍ଠ ବିଜେଡି ନେତା ବସନ୍ତ କୁମାର ଦାଶ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ହାଇଟେକ୍‌ ଗ୍ରୁପର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ, ପୂର୍ବତନ ଜିଲ୍ଲାପାଳ ଅନୁପମ ଶାହା, ଅବସରପ୍ରାପ୍ତ ଏଡିଏମ୍‌ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅନ୍ତର୍ଯାମୀ ଗମାଙ୍ଗ, ଅନାଦି ପାଣିଗ୍ରାହୀ, ବିଚିତ୍ରାନନ୍ଦ ବେବର୍ତ୍ତା, ପୌରାଧ୍ୟକ୍ଷା ନିର୍ମଳା ସେଠୀ, ପୂର୍ବତନ ନଗରପାଳ ନୃସି˚ହ ଚରଣ ପଟ୍ଟନାୟକ, କେ.ରାମସ୍ବାମୀ, ଦେବାଶିଷ ପାଢ଼ୀ, ଉମା ରଥ, ଜିତେନ୍ଦ୍ର ପଟ୍ଟନାୟକ, କୃଷ୍ଣମୋହନ ପଟ୍ଟନାୟକ, ପାରଳା ରଥଯାତ୍ରା କମିଟିର ସମସ୍ତ ସଦସ୍ୟ, ଓକିଲ ସ˚ଘର ସମସ୍ତ ସଦସ୍ୟ ଶୋକ ପ୍ରକାଶ କରିବା ସହ ପାରଳା ସହର ଆଜି ପ୍ରକୃତ ଓଡ଼ିଆଙ୍କୁ ହରାଇଛୁ ବୋଲି କହିଛନ୍ତି। ଏହାସହ ସହର ବିଭିନ୍ନ ସା˚ସ୍କୃତିକ ସ˚ଗଠନ ବିଭିନ୍ନ ବ୍ୟାଙ୍କର ପରିଚାଳକ ଏବ˚ ତାଙ୍କ ପୂର୍ବତନ ସହଯୋଗୀ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପାରଳାଖେମୁଣ୍ତି ରଥଯାତ୍ରାର ପରିଚାଳନା ଏବ˚ କୋଷାଧ୍ୟକ୍ଷ ଭାବେ ତାଙ୍କ ଅବଦାନ ଅବିସ୍ମରଣୀୟ। ସ୍ବର୍ଗତ ମିଶ୍ରଙ୍କ ଧର୍ମପତ୍ନୀ ସୌଦାମିନୀ ମିଶ୍ର, ଦୁଇପୁତ୍ର ଜଗତଜ୍ୟୋତି ମିଶ୍ର ଏବ˚ ଜୀବନ ଜ୍ୟୋତି ମିଶ୍ର ରହିଛନ୍ତି। ବଡ଼ପୁଅ ସୁଦୂରୁ ଆମେରିକାରେ ରହୁଥିବା ବେଳେ ସାନପୁଅ ଜୀବନ ମୁମ୍ବାଇରେ ରହି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe