ପାରଳାର ଲଲାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ: ପଦ‌କ୍ଷେପ ନେବାକୁ ପିଏମ୍‌ଓରୁ ଚିଠି

ପାରଳାର ଲଲାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ: ପଦ‌କ୍ଷେପ ନେବାକୁ  ପିଏମ୍‌ଓରୁ ଚିଠି

ପାରଳାଖେମୁଣ୍ଡି:  ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ସମ୍ପର୍କରେ ଦ୍ଵନ୍ଦ୍ଵ ଲାଗି ରହିଥିବା ବେଳେ ଐତିହାସିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଲିଖିତ ‘ପାରଳାର ଲଲାମ’ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ପୁସ୍ତକ କିଛିମାସ ପୂର୍ବେ ପ୍ରକାଶ ପାଇଥିଲା। ଇଂରେଜ ବିରୋଧରେ ଅସ୍ତ୍ର ଧାରଣ କରି ଶହଶହ ସଂଗ୍ରାମୀ ମୃତ୍ୟୁବରଣ କରିଥିବା ଉଲ୍ଲେଖ କରାଯାଇଛି। ପୁସ୍ତକ ପ୍ରକାଶ ପରେ ଫାଶୀଦଣ୍ଡ କାର୍ଯ୍ୟକାରୀ ହୋଇଥିବା ସ୍ଥାନରେ ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ପ୍ରସଙ୍ଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗକୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି। ପୂର୍ବରୁ ରାଷ୍ଟ୍ରପତି ମଧ୍ୟ ଚିଠି ଲେଖିଥିଲେ।

ବ୍ରିଟିସ୍‌ ଅଧିକାରୀମାନଙ୍କ ରେକର୍ଡରୁ ପ୍ରାମାଣିକ ତଥ୍ୟ ଉଦ୍ଧାର କରି ଲେଖକ ଏଥିରେ ପ୍ରକାଶ କରିଥିଲେ ଯେ, ଭାରତର ସ୍ବାଧୀନତା ସଂଗ୍ରାମ ପ୍ରଥମେ ପାରଳାଖେମୁଣ୍ଡିରୁ ଆରମ୍ଭ ହୋଇଥିଲା। ଏହାବ୍ୟତୀତ ୨୫ ଜଣଙ୍କୁ ଦ୍ବୀପାନ୍ତର ଦଣ୍ଡ ସହ ୧୦୩ ଜଣଙ୍କୁ ବନ୍ଦୀ କରି ନିଆଯାଇଥିଲା। ଶହଶହ ସଂଗ୍ରାମୀ ଇଂରେଜ ବିରୋଧରେ ଅସ୍ତ୍ର ଧାରଣ କରି ମୃତ୍ୟୁବରଣ କରିଥିଲେ। ଏହି ସମସ୍ତ ଘଟଣାକୁ ଭାରତର ସ୍ବାଧୀନତା ସଂଗ୍ରାମ ଇତିହାସରେ ଯଥା ସ୍ଥାନଦେଇ ଫାଶୀଦଣ୍ଡ ପାଇଥିବା ସମସ୍ତ ସହିଦଙ୍କ ସ୍ମୃତିରକ୍ଷା ନିମନ୍ତେ ଫାଶୀ ଦଣ୍ଡ କାର୍ଯ୍ୟକାରୀ ହୋଇଥିବା ସ୍ଥାନ ଯଥା ବୁରୁଜାଙ୍ଗ, ଗଣ୍ଡାହାତୀ, ଜିରାଙ୍ଗ, ଗୌରୀ ଓ ପାରଳାଖେମୁଣ୍ଡିଠାରେ ସ୍ମୃତିସ୍ତମ୍ଭ ନିର୍ମାଣ କରିବାକୁ ଦାବି କରି ଉକ୍ତ ପୁସ୍ତକର ପ୍ରକାଶକ ଅନୁଷ୍ଠାନ ସିଦ୍ଧାନ୍ତ ପକ୍ଷରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ପୂର୍ବରୁ ଏହି ସମ୍ପର୍କରେ ଓଡ଼ିଶା ସରକାରଙ୍କୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଚିଠି ଆସିଥିବା ବେଳେ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଉକ୍ତ ପୁସ୍ତକ ସହ ପୁଣି ଏକ ଚିଠି ପହଞ୍ଚିବାରୁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଉଭୟଙ୍କ ଚିଠି ଗୃହ ବିଭାଗ ପକ୍ଷରୁ ଚିଠି ନମ୍ବର ୨୫୮୨୫/ ୨୮.୦୭.୨୦୨୨ ମାଧ୍ୟମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗକୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଏହି ଖବର ଶୁଣିବା ପରେ ଗଜପତି ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଖୁସିର ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe