ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ ସଂସଦୀୟ କମିଟି

ରବିବାର ପୂର୍ବାହ୍‌ଣ ୧୧ଟାରେ କେନ୍ଦ୍ର ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ସଂସଦୀୟ କମିଟି ବିଶ୍ବ ଐତିହ୍ୟ ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିର ଓ ଇଣ୍ଡିଆନ୍‌ ଅଏଲ ଫାଉଣ୍ଡେସନ୍‌ ପକ୍ଷରୁ ନିର୍ମିତ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଛନ୍ତି।

jgdjgjjggjg

କୋଣାର୍କ: ରବିବାର ପୂର୍ବାହ୍‌ଣ ୧୧ଟାରେ କେନ୍ଦ୍ର ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ସଂସଦୀୟ କମିଟି ବିଶ୍ବ ଐତିହ୍ୟ ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିର ଓ ଇଣ୍ଡିଆନ୍‌ ଅଏଲ ଫାଉଣ୍ଡେସନ୍‌ ପକ୍ଷରୁ ନିର୍ମିତ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଛନ୍ତି।

ସଂସଦୀୟ କମିଟିର ୩ଦିନିଆ ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ କମିଟିର ଅଧ୍ୟକ୍ଷ ତଥା ସାଂସଦ ଫଗନ୍‌ ସିଂହ କୁଲସ୍ତେଙ୍କ ନେତୃତ୍ବରେ ଲୋକସଭା ଓ ରାଜ୍ୟସଭାର ୧୮ ଜଣ ସାଂସଦ ସୂର୍ଯ୍ୟମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେ ପହଞ୍ଚିବା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ୍‌) ନୀଳମାଧବ ଭୋଇ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି ସେମାନଙ୍କୁ ସ୍ବାଗତ କରିଥିଲେ। ପରେ କମିଟି ଅଧ୍ୟକ୍ଷ ଶ୍ରୀ କୁଲସ୍ତେଙ୍କ ସମେତ ସଦସ୍ୟ, ସଦସ୍ୟାମାନେ ବିଶ୍ବ ଐତିହ୍ୟ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ। ସୂର୍ଯ୍ୟମନ୍ଦିରର କଳାକୃତି, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ବିଶ୍ବରେ ଅନନ୍ୟ ଓ ଅଦ୍ବିତୀୟ ବୋଲି ସଂସଦୀୟ କମିଟି ଅଧ୍ୟକ୍ଷ ଶ୍ରୀ କୁଲସ୍ତେ କହିଛନ୍ତି। ପରେ ସଂସଦୀୟ କମିଟି ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଥିଲେ। ସଂସଦୀୟ କମିଟିର ଗସ୍ତ ଅବସରରେ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ ରଞ୍ଜନ ସେଠୀ, ନିମାପଡ଼ା ଏସ୍‌ଡିପିଓ ପ୍ରଭାତ କୁମାର ମଲ୍ଲିକ, କୋଣାର୍କ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe