ଦଳର ଜଣେ କର୍ମୀ ବିଜେଡିର ମନ୍ତ୍ରୀ ସହ ସମାନ: ଶରତ

Advertisment

ଦଳ ୯ରୁ ୯୦ଯାଏଁ ଯାଇପାରିବ, ଦଳ ପାଇଁ ଯିଏ ଖଟିବ, ତାଙ୍କୁ ଟିକେଟ୍

ଦଳ ୯ରୁ ୯୦ଯାଏଁ ଯାଇପାରିବ, ଦଳ ପାଇଁ ଯିଏ ଖଟିବ, ତାଙ୍କୁ ଟିକେଟ୍

ଦଳର ଜଣେ କର୍ମୀ ବିଜେଡିର ମନ୍ତ୍ରୀ ସହ ସମାନ: ଶରତ

ଅନୁଗୁଳ : ଏକଦା କଂଗ୍ରେସ ହିଁ ଓଡ଼ିଶାରେ ବିଜୁ ପଟ୍ଟନାୟକ ସରକାରକୁ ପରାଜିତ କରିବାର କାରଣ ପାଲଟିଥିଲା। ଗଲା ୨୨ବର୍ଷ ହେଲା ଓଡ଼ିଶା ମାଟିରେ କଂଗ୍ରେସ କ୍ଷମତାରେ ନାହିଁ ସତ, କଂଗ୍ରେସର ପ୍ରତିଟି କର୍ମୀଙ୍କ ଭିତରେ ଏବେବି ଟାଣୁଆ ନେତୃତ୍ବ ରହିଛି। କଂଗ୍ରେସର ଜଣେ କର୍ମୀ ବିଜେଡିର ଜଣେ ମନ୍ତ୍ରୀଙ୍କ ସହିତ ସମାନ। କଂଗ୍ରେସ ସରକାର ସମୟରେ ଓଡ଼ିଶାର ଜଣେ କର୍ମୀ ଗାଁରେ ଯେତିକି କ୍ଷମତାଶାଳୀ ଥିଲା, ବିଜେଡି ସରକାରରେ ଆଜି ଜଣେ ମନ୍ତ୍ରୀଙ୍କର ବି ସେ କ୍ଷମତା ନାହିଁ। ଆମେ ପୁଣି ସଂଗଠିତ ହୋଇଗଲେ, କଂଗ୍ରେସ ତାର ଗୌରବ ଫେରିପାଇବ ବୋଲି ଅନୁଗୁଳରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକ ଏହା କହିଛନ୍ତି।

ଶ୍ରୀ ପଟ୍ଟନାୟକ ରବିବାର ଦିନ ଜିଲ୍ଲା କଂଗ୍ରେସ କମିଟି ସଭାପତି ବିପ୍ଳବ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ କହିଥିଲେ, ବର୍ତ୍ତମାନ ବିଧାନସଭାରେ ୯ ବିଧାୟକ କଂଗ୍ରେସର ନେତୃତ୍ବ ନେଉଛନ୍ତି। ଆମେ ମିଳିମିଶି କାମ କରି ଏ ସଂଖ୍ୟା ୯୦ ଯାଏ ନେଇପାରିବା। ଅନୁଗୁଳ ଜିଲ୍ଲାରେ ୫ରୁ ୫ ବିଧାୟକ ସିଟ୍‌ରେ ଯେପରି କଂଗ୍ରେସ ବିଜୟ ହେବ ସେହି ଲକ୍ଷ୍ୟ ରଖି କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଦଳ ପାଇଁ ଯିଏ ଖଟିବ ସେ ହିଁ ଟିକେଟ୍‌ର ହକ୍‌ଦାର ହେବ ବୋଲି ସିଧାସିଧା ସୂଚାଇ ଦେଇଛନ୍ତି। ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ସମାଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ଚିନ୍ମୟ ବେହୁରା, ଆଇଏନ୍‌ଟିୟୁସି ଉପସଭାପତି କିଶୋର ଜେନା, ପୂର୍ବତନ ଜିଲ୍ଲା ସଭାପତି ସଂଗ୍ରାମ ମିଶ୍ର, ନିଖିଳ ଭାରତ ମହିଳା କଂଗ୍ରେସ ସଂପାଦିକା ସସ୍ମିତା ବେହେରା, ବିଜୟ ଚାଉଳିଆ, ସୁବ୍ରତ ଗଡ଼ନାୟକ ପ୍ରମୁଖ ଯୋଗ ଦେଇଥିଲେ। ସଭା ଶେଷରେ ରାଜ୍ୟ ଓବିସି ସେଲ ସମ୍ପାଦକ ଜିତେନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe