ଅଣହିନ୍ଦୁଙ୍କୁ ସେବାୟତ ପାସ୍‌!

Advertisment
ଅଣହିନ୍ଦୁଙ୍କୁ ସେବାୟତ ପାସ୍‌!

ପୁରୀ: ରଥଯାତ୍ରାରେ ଜଣେ ଅଣହିନ୍ଦୁଙ୍କୁ ସେବାୟତଙ୍କ ପାଇଁ ଉଦ୍ଦିଷ୍ଟ ମୋଟର ସାଇକେଲ ପାସ୍‌ ପ୍ରଦାନ କରାଯାଇଛି। ଏଥିରେ ଜିଲ୍ଲାପାଳଙ୍କ ଦସ୍ତଖତ ଥିବା ବେଳେ ଜିଲ୍ଲା ପ୍ରଶାସନର ସିଲ୍‌ ଲାଗିଛି। ପୁଲିସ ଡିଆଇବି ଅଫିସରୁ ଏହି ପାସ୍‌ଟି ସମ୍ପୃକ୍ତ ଅଣସେବାୟତଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ସେବାୟତମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ମୋଟର ସାଇକେଲ ପାସ୍‌ ନମ୍ବର ହେଉଛି ୫୪୯। ପାସ ମିଳିଥିବା ଏହି ମଟର ସାଇକେଲ (ଓଆର୍‌-୦୨-ଏକ୍ସ-୬୫୧୪)ର ମାଲିକ ସେକ୍‌ ଆବିଦ ବୋଲି ଲେଖା ରହିଛି। ତେବେ ସେବାୟତଙ୍କ ପାଇଁ ଉଦ୍ଦିଷ୍ଟ ଏହି ପାସଟିକୁ ଜଣେ ଅଣସେବାୟତଙ୍କୁ ମିଳିବା ପଛରେ ଜିଲ୍ଲା ଗୁଇନ୍ଦା ବିଭାଗର ଅକ୍ଷମଣୀୟ ତ୍ରୁଟି ନା ଚଞ୍ଚକତା ତାହା ଏବେ ଆଲୋଚ୍ୟ ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe