ଆନ୍ଧ୍ର ରେଳ ଦୁର୍ଘଟଣା: ଅତି ନିକଟରୁ ମୃତ୍ୟୁକୁ ଦେଖିବା ସଂପର୍କରେ ଦୁଃଖ ବଖାଣିଲେ ଦଂପତି

Advertisment
ଆନ୍ଧ୍ର ରେଳ ଦୁର୍ଘଟଣା: ଅତି ନିକଟରୁ ମୃତ୍ୟୁକୁ ଦେଖିବା ସଂପର୍କରେ ଦୁଃଖ ବଖାଣିଲେ ଦଂପତି

ରାୟଗଡ଼ା: ଅତି ନିକଟରୁ ମୃତ୍ୟୁକୁ ଦେଖିଥିବା ରାୟଗଡାର ଏକ ଦମ୍ପତି ଆଜି ରାୟଗଡାରେ ପହଞ୍ଚିବା ପରେ ଆନ୍ଧ୍ରପ୍ରଦେଶ ଟ୍ରେନ୍‌ ଦୁର୍ଘଟଣାର ହୃଦୟ ବିଦାରକ ଘଟଣା ସଂପର୍କରେ ବଖାଣିଛନ୍ତି। ସ୍ଥାନୀୟ ବାସିନ୍ଦା ଦିଲୀପ ପାତ୍ର ତାଂକ ପରିବାରକୁ ନେଇ ବିଶାଖାପାଟଣମକୁ ଛୁଟି କାଟିବା ପାଇଁ ଯାଇଥିଲେ। ରବିବାର ଫେରିବା ପାଇଁ ସ୍ଥିର କରି ବିଶାଖାପାଟଣମ-ରାୟଗଡା ପାସିଞ୍ଜେର ଟ୍ରେନରେ ସଂଧ୍ୟା ୬ଟାରେ ବସିଥିଲେ। ପ୍ରାୟ ଏକ ଘଣ୍ଟା ଯିବା ପରେ ଅଚାନକ ଏକ ବିରାଟ ଶଦ୍ଦ ହେବା ପରେ ଟ୍ରେନରେ ବସିଥିବା ଲୋକେ ଉପରୁ ଦଳକୁ ଖସିଲେ ଏବଂ ତଳେ ବସିଥିବା ଲୋକେ ଏପଟେ ସେପଟେ ଛିଞ୍ଚାଡି ହୋଇ ପଡିଲେ। ଚାରିଆଡେ କେବଳ ଚିତ୍କାର ଶୁଭୁଥିଲା। ଆମେ ମଧ୍ୟ ଭୟଭୀତ ହୋଇ ନିଜର ସମସ୍ତ ଜିନିଷ ନେଇ ପରିବାରକୁ ଧରି ଟ୍ରେନରୁ ବାହାରି ପଡିଥିଲୁ। ଚାରିଆଡେ ଅନ୍ଧାର।ପାଖରେ କୌଣସି ଗାଁ ନାହିଁ।

publive-image

ଶ୍ରୀ ପାତ୍ର କହିଛନ୍ତି, ଅନ୍ଧାର ରାତିରେ ମୋବାଇଲ ଟର୍ଚ୍ଚରେ ପ୍ରାୟ ଏକ କିଲୋମିଟର ଚାଲିବା ପରେ ମୁଖ୍ୟ ରାସ୍ତାକୁ ଆସିଥିଲୁ। ରେଳ ବିଭାଗର ଅଧିକାରୀମାନେ ପହଞ୍ଚିଥିଲେ। ରେଳ ବିଭାଗ ଓ ପ୍ରଶାସନ ତରଫରୁ ଆମକୁ ସଂପୂର୍ଣ୍ଣ ସହଯୋଗ କରାଯାଇଥିଲା। ସେଠାରୁ ବିଜୟନଗରମ ଯାଇ ବସ ଯୋଗେ ରାୟଗଡା ଫେରିଥିଲୁ। ଦିଲୀପ ପାତ୍ରଙ୍କ କହିବା ଅନୁଯାୟୀ ମୃତ୍ୟୁକୁ ଅତି ନିକଟରୁ ହୃଦୟଙ୍ଗମ କରିଥିଲୁ। ଆମର କୌଣସି ଅସୁବିଧା ହୋଇନଥିଲେ ମଧ୍ୟ ଆମ ଆଗ ବଗିର ବହୁ ଲୋକ ମୃତାହତ ହୋଇଥିଲେ। ଆମ ବଗିରୁ ଓହ୍ଲାଇଲା ବେଳେ ଗୋଟିଏ ମୃତଦେହ ତଳେ ପଡିଥିବା ଦେଖିଥିଲୁ। ଚାରିଆଡ଼େ ଖାଲି କ୍ରନ୍ଦନର ଶଦ୍ଦ ଶୁଭୁଥିଲା। ଲୋକେ ଭୟଭୀତ ହୋଇ ଦୌଡିବାକୁ ଲାଗିଥିଲେ। ରବିବାର ହୋଇଥିବାରୁ ଯାତ୍ରୀଙ୍କ ସଂଖ୍ୟା କମ୍ ଥିଲା। ତେଣୁ ବହୁ ଲୋକ ମୃତାହତରୁ ବର୍ତ୍ତିଯାଇଥିଲେ। ଆଗାମୀ ଦିନରେ ଟ୍ରେନରେ ଯିବାକୁ ଭୟଲାଗୁଛି। କିଛି ବୁଝିବା ପୂର୍ବରୁ ଏତେ ବଡ ଅଘଟଣ ଘଟିଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe