ରାୟଗଡ଼ା: ବିଶାଖାପାଟଣା- ରାୟାଗଡ଼ା ଯାତ୍ରୀବାହୀ ଟ୍ରେନ୍ (୦୮୫୦୪) ଆଜି ସନ୍ଧ୍ୟାରେ ଲାଇନ୍ଚ୍ୟୁତ ହୋଇଛି। ବିଜୟନଗର ଜିଲ୍ଲାର କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ମଧ୍ୟରେ ଏହି ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ବିଶାଖାପାଟଣା-ରାୟାଗଡ଼ା ଯାତ୍ରୀବାହୀ ଟ୍ରେନ୍କୁ ପଛରୁ ପାଲାସା-ବିଶାଖାପାଟଣା ଟ୍ରେନ୍ ଧକ୍କା ଦେଇଥିବା କୁହାଯାଉଛି। ଫଳରେ ବିଶାଖାପାଟଣା- ରାୟାଗଡ଼ା ଯାତ୍ରୀବାହୀ ଟ୍ରେନ୍ର ତିନୋଟି ବଗି ଭାଙ୍ଗି ଚୁର ମାର ହୋଇଯାଇଛି। ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ସେମାନଙ୍କ ଜୀବନକୁ ଭୟ କରି ଏଣେ ତେଣେ ଦୌଡ଼ି ଚାଲିଯାଇଛନ୍ତି। ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ।
ବିଶାଖାପାଟଣା-ରାୟାଗଡ଼ା ଯାତ୍ରୀବାହୀ ଟ୍ରେନ୍ ଲାଇନ୍ଚ୍ୟୁତ; ଏକାଧିକ ଯାତ୍ରୀ ଆହତ
Advertisment
Follow Us