ଓଭର ବ୍ରିଜ୍ ତଳକୁ ଖସିଲା ଯାତ୍ରୀବାହୀ ବସ୍: ୪୦ ଆହତ

Advertisment
ଓଭର ବ୍ରିଜ୍ ତଳକୁ ଖସିଲା ଯାତ୍ରୀବାହୀ ବସ୍: ୪୦ ଆହତ

ଯାଜପୁର: ଯାଜପୁର କୁଆଖିଆ ନିକଟରେ ଏନଏଚ୍-୧୬ରେ ବାରବାଟୀ ଛକଠାରେ ଓଭର ବ୍ରିଜରୁ ଯାତ୍ରୀବାହୀ ବସ୍ ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଶିଶୁ ଏବଂ ମହିଳା ରହିଛନ୍ତି। ବସ୍ରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି। ଆହତଙ୍କୁ ଧର୍ମଶାଳା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଗୁରୁତର ଆହତଙ୍କୁ ଯାଜପୁର ଏବଂ କଟକ ହସ୍ପିଟାଲକୁ ପଠାଯିବା ନେଇ ଯୋଜନା କରାଯାଉଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବସ୍‌ରେ ୫୦ରୁ ୬୦ ଜଣ ଯାତ୍ରୀ ଥିଲେ। ବସ୍ ତଳେ କେତେକ ଯାତ୍ରୀ ଚାପି ହୋଇ ରହିଯାଇଥିଲେ। ବସ୍ ଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe