ଗଛକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍: ୧୨ ଆହତ

ଜାତୀୟ ରାଜପଥ ନମ୍ବର ୫୭ର ବୋଲଗଡ଼ର ଗୋପବନ୍ଧୁ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଗଛକୁ ଧକ୍କା ଦେଇଛି। ଗଛକୁ ଧକ୍କା ଦେବା ପରେ ବସ୍‌ଟି ରାସ୍ତା ତଳକୁ ଗଡ଼ିଯାଇଥିଲା...

Passenger bus hits tree

Passenger bus hits tree Photograph: (sambad.in)

ଖୋର୍ଦ୍ଧା: ଜାତୀୟ ରାଜପଥ ନମ୍ବର ୫୭ର ବୋଲଗଡ଼ର ଗୋପବନ୍ଧୁ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଗଛକୁ ଧକ୍କା ଦେଇଛି। ଗଛକୁ ଧକ୍କା ଦେବା ପରେ ବସ୍‌ଟି ରାସ୍ତା ତଳକୁ ଗଡ଼ିଯାଇଥିଲା।

ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣ ଗୁରୁତର ଥିବା ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: ବାରବାଟୀରେ ଲାଇଟ କଟିବା-ଟିକେଟ କଳାବଜାରୀ ପ୍ରସଙ୍ଗ: ସରକାରଙ୍କୁ ଦାୟୀ କଲେ ତାରା ବାହିନୀପତି

ଦୁର୍ଘଟଣାଗ୍ରସ୍ତ ବସ୍‌ର ନାମ ନାରାୟଣୀ ବୋଲି କୁହାଯାଉଛି। ବସ୍‌ର ସମ୍ମୁଖ ଅଂଶ ଭାଙ୍ଗିରୁଜି ଯାଇଛି।  ଆହତ ଏବଂ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡ୍ରାଇଭର ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ଉଦ୍ଧାରାକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ: ଏହି କାରଣରୁ କାନ୍ଧରେ ଗଦା ଧରି ବୁଲୁଛନ୍ତି ମହିଳା ନାଗା ସାଧୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe