ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍: ୧୫ ଆହତ

Advertisment

ଘରୋଇ ଯାତ୍ରୀବାହୀ ବସ୍ ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବା ବେଳେ ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା । ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ଯାତ୍ରୀଙ୍କୁ ଚିକିତ୍ସା ଲାଗି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ....

ଘରୋଇ ଯାତ୍ରୀବାହୀ ବସ୍ ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବା ବେଳେ ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା । ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ଯାତ୍ରୀଙ୍କୁ ଚିକିତ୍ସା ଲାଗି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ....

Passenger bus hits truck from behind: 15 injured

Passenger bus hits truck from behind: 15 injured Photograph: (sambad.in)

ଭଦ୍ରକ: ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍। ଏହି ଦୁର୍ଘଟଣାରେ  ୧୫ ଜଣ  ଯାତ୍ରୀ ଆହତ ହୋଇଛନ୍ତି । ୧୬ ନମ୍ୱର ଜାତୀୟ ରାଜପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ନଲାଙ୍ଗ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟରେ ଦିନ ଗୋଟାଏ  ବେଳେ  ଦୁର୍ଘଟଣା ଘଟିଛି।

ଘରୋଇ  ଯାତ୍ରୀବାହୀ ବସ୍ ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବା ବେଳେ ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା । ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ଯାତ୍ରୀଙ୍କୁ ଚିକିତ୍ସା ଲାଗି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ ।

ବସ୍‌ରେ ପ୍ରାୟ ୬୦ ରୁ ଅଧିକ ଯାତ୍ରୀ ଥିବାବେଳେ ୧୫ ଜଣ ଯାତ୍ରୀ ଆହତ ହୋଇଥିଲେ।  ଜଣେ ମହିଳା ଯାତ୍ରୀଙ୍କର ବାମପଟ ଗୋଡ଼ ପାଦ ପାଖରୁ କଟିଯାଇଛି। ମେଡିକାଲରେ ଭଦ୍ରକ ବିଧାୟକ ସୀତାଂଶୁ ମହାପାତ୍ର ପହଞ୍ଚି ଆହତ ଯାତ୍ରୀଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ  ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରିଥିଲେ।  

ଦୁର୍ଘଟଣାରେ ଆହତ ଯାତ୍ରୀମାନେ ହେଲେ ବାଲେଶ୍ଵରର ସୁପ୍ରଭା ମାଝୀ (୨୫), ରାୟପୁର ବାସୁଦେବପୁର 
ଦେବଲକ୍ଷ୍ମୀ ମହାନ୍ତି (୨୩),  ପୀରହାଟର  ସୌମ୍ୟରଞ୍ଜନ ମହାନ୍ତି (୨୪),  ମୟୂରଭଞ୍ଜର ଅନାମ ଚରଣ ସିଂହ (୨୭), ମୟୂରଭଞ୍ଜର  ରତ୍ନାକର ଦାସ (୪୫), ପ୍ରଭାକର ଦାସ (୨୭), ସବିତା ପାଣିଗ୍ରାହୀ(୪୨), ସନ୍ତୋଷ ସାହୁ (୫୧), ମୀନତୀ ବେହେରା(୨୦), ଭଦ୍ରକ ନୂଆସାହିର ବିକ୍ରମ ପତ୍ର (୫୨), ଧୁସୂରୀର ଭାରତ ମଲ୍ଲିକ (୫୪), ବାଲେଶ୍ବର  ସୋର ଅଞ୍ଚଳର ମୃତ୍ୟୁଞ୍ଜୟ ପତ୍ର(୨୩) ଆହତ ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।

ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀ ସୁସ୍ଥ ହୋଇ ନିଜର ଘରକୁ ଫେରିଯାଇଥିବା ବେଳେ କିଛି ଗୁରୁତର ହୋଉଥିବା ଯାତ୍ରୀଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Bhadrak

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe