ଟ୍ରକକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍‌: କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ, ୫ ଗୁରୁତର

ଭୁବନେଶ୍ୱରରୁ ଉମରକୋଟ ଯାଉଥିବା ଏକ ଘରୋଇ ବସ୍‌ ର୍ଘଟଣାଗ୍ରସ୍ତ ହୋଇଛି। ଭୋର ୩ଟା ୩୦ ସମୟରେ ଭାବନୀପାଟଣା-କୋରାପୁଟ ୨୬ ନମ୍ବର ଜାତୀୟ ରାଜପଥରେ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ପଛ ପଟୁ ବସ୍‌ ଧକ୍କା ଦେଇଛି....

Passenger bus hits truck from behind: One dead, five seriously injured

Passenger bus hits truck from behind: One dead, five seriously injured Photograph: (sambad.in )

କୋକସରା/ଝରିଗାଁ: ଭୁବନେଶ୍ୱରରୁ ଉମରକୋଟ ଯାଉଥିବା ରଘୁନାଥ ନାମକ ଘରୋଇ ବସ୍ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଚାରବାହଲ ନିକଟରେ ଆଜି ଭୋର ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୫ ଜଣ ଯାତ୍ରୀ ଗୁରୁତର ଅଛନ୍ତି। 

ସୂଚନା ଅନୁସାରେ ଭୋର ୩ଟା ୩୦ ସମୟରେ ଭାବନୀପାଟଣା-କୋରାପୁଟ ୨୬ ନମ୍ବର ଜାତୀୟ ରାଜପଥର ଜୁନାଗଡ଼ ଥାନା ଚାରବାହଲ ଛକ ନିକଟରେ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ପଛ ପଟୁ ବସ୍‌ ଧକ୍କା ଦେଇଛି। 

ଅଧିକ ପଢ଼ନ୍ତୁ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଉଦ୍ଧାର

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାର୍ଯ୍ୟଳୟରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ  ବିନୋଦ କୁମାର ବେହେରା ବସ୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସେ କୌଣସି ଏକ କାମରେ ଭୁବନେଶ୍ୱର ଯାଇଥିଲେ। କାମ ସାରି ଝରିଗାଁ ଅଭିମୁଖେ ଏକ ଘରେଇ ବସ୍‌ ‘ରଘୁନାଥ’ରେ ଫେରୁଥିଲେ।କୋକସରା ବ୍ଲକ ଅନ୍ତର୍ଗତ ଚାହାରବାହାଲ ଗ୍ରାମ ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଆଳୁ ବୋଝେଇ ଟ୍ରକର ପଛପଟୁ ବସ୍‌ ଧକ୍କା ଦେଇଥିବା କୁହାଯାଉଛି। ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ଝରିଗାଁ ବିଡ଼ିଓ ମଧୁସୂଦନ ମାଝୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିନୀତ କୁମାର ମିଶ୍ର, କନିଷ୍ଠ ଯନ୍ତ୍ରୀ ରାମରାୟ ମାର୍ଣ୍ଡି, ଭରତ କୃଷ୍ଣ ରାଉତ, ସାଗ୍ରାମ ମାର୍ଣ୍ଡି, ରାମଚନ୍ଦ୍ର ବେହେରା, କେସିଆର ବିବେକ ନାୟକ ଜିପିଡ଼ିଓ ରମେଶ ହରିଜନ, ନରେନ୍ଦ୍ର ନାୟକ, ପପୁନା ସାହୁ ପ୍ରମୁଖ ସହ ଅନ୍ୟ କର୍ମଚାରୀ ମାନେ ଜୁନାଗଡ଼ ଡାକ୍ତରଖାନା ପହଞ୍ଚି ଥିଲେ। ଜୁନାଗଡ ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମରଶରୀର ହସ୍ତାନ୍ତର କରିଛି। ପରିବାର ଲୋକ ଆମ୍ବୁଲାନ୍ସ ଯୋଗେ ମୃତଦେହ ନିଜ ଗ୍ରାମକୁ ନେଇ ଶେଷ କୃତ ସଂପନ୍ନ କରିବେ ବୋଲି ସୂଚନା ମିଳିଛି। କନିଷ୍ଠ ଯନ୍ତ୍ରୀଙ୍କ ଘର ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ସାନତ୍ରିବେଡା ଗ୍ରାମ। ସେ ୨୦୧୭ ମସିହାରେ ଝରିଗାଁ ବ୍ଳକରେ କନିଷ୍ଟ ଯନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ। ସେ ଜଣେ ଭଦ୍ର ମିଳାପୀ ଓ ନିଷ୍ଠାପର ଲୋକ ଥିଲେ। ତାଙ୍କର ଦେହାନ୍ତ ଖବର ପ୍ରସାର ହେବା ପରେ ଝରିଗାଁ ବ୍ଲକରେ ଶୋକର ଛାୟା ଖେଳିଯାଇଥିଲା।

Junior engineer Sahadeb Behera.
Junior engineer Sahadeb Behera. Photograph: (sambad.in )

ଦୁର୍ଘଟଣାରେ ବସ୍‌ର ଆଗ ପଟ ଚୁରମାର ହୋଇଥିବା ବେଳେ ବସ୍‌ରେ ଥିବା ଅନେକେ ଯାତ୍ରୀ ବସ୍ ମଧ୍ୟରେ ଫସି ରହିଥିଲେ। କିଛି ସ୍ଥାନୀୟ ଲୋକ ଓ କୋକସରା ଦମକଳବାହିନୀ ଆସି ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯାତ୍ରୀଙ୍କ ଜୁନାଗଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଛି।ଅନ୍ୟ ୫ ଜଣ ଗୁରୁତର ଥିବା ଜଣାପଡିଛି। ମୃତ ଯାତ୍ରୀ ଜଣକ ନବରଙ୍ଗପୁର ଜିଲ୍ଲାର ବିନୋଦ ବେହେରା ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ଅଧିକ ପଢ଼ନ୍ତୁ: ୧୨ ଦେଶର ନାଗରିକଙ୍କ ଉପରେ କଟକଣା ଲଗାଇଲା ଆମେରିକା: ଦେଶର ସୁରକ୍ଷା ଦୃଷ୍ଟିରୁ ପ୍ରବେଶ ମନା

Kalahandi | Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe