The Hans India
ଯୁଯୁମୁରା/ସମ୍ବଲପୁର : ଗତରାତିରେ ଅହମଦାବାଦ-ପୁରୀ ଏକ୍ସପ୍ରେସ୍ ଟ୍ରେନ୍ରେ ଖସି ପଡ଼ିଥିବା ସନ୍ତୋଷ ପରିଡ଼ାଙ୍କ ମୃତଦେହ ରବିବାର ମାନେଶ୍ବର ନିକଟରୁ ମିଳିଛି। ତାଙ୍କ ନିଜ ଘର ଗଂଜାମ ଜିଲ୍ଲାରେ। ଅହମଦାବାଦରେ ରହି ସେ ଏକ କାରଖାନାରେ କାମ କରୁଥିଲେ। ନିକଟରେ ଝିଅ ବାହାଘର ଥିବାରୁ ସେ ଅନ୍ୟ ସଂପର୍କୀୟମାନଙ୍କ ସହିତ ଗଂଜାମକୁ ଫେରୁଥିଲେ। ଗତରାତିରେ ସାମାନ୍ୟ ଅସୁସ୍ଥ ଥିବାରୁ ଔଷଧ ବି ଖାଇଥିଲେ। ରାତିରେ ପରିସ୍ରା କରିବାକୁ ଯାଇଥିଲେ। ସେଠାରୁ ଫେରି କବାଟ ପାଖରେ ବେସିନ୍ ହାତ ଧୋଉଥିବା ବେଳେ ଭାରସାମ୍ୟ ହରାଇ ଖସି ପଡ଼ିଥିଲେ।
ନିକଟରେ ଥିବା ଜଣେ ବ୍ୟକ୍ତି ତାଙ୍କ ସଂପର୍କୀୟଙ୍କୁ ସୂଚନା ଦେବା ପରେ ସେମାନେ ଏକ ବଗିର ଚେନ୍ ଟାଣି ଟ୍ରେନକୁ ଅଟକାଇ ଥିଲେ। ମାନଶ୍ବେର ଓ ହାତୀବାରି ଷ୍ଟେସନ ମଧ୍ୟରେ ଥିବା ମାରୱାଡ଼ି ବନ୍ଧ ନିକଟରେ ଟ୍ରେନ୍ ରାତି ୧୧ଟା ୪୫ରୁ ୧ଟା ୨୫ ପର୍ଯ୍ୟନ୍ତ ଅଟକି ରହିଥିଲା। ସାଂଗରେ ଥିବା ଯାତ୍ରୀମାନଙ୍କ ସହିତ ସନ୍ତୋଷଙ୍କ ସଂପର୍କୀୟମାନେ ରେଳଧାରଣାରେ ଚାଲି ଚାଲି ମାନେଶ୍ବର ଷ୍ଟେସନ ପର୍ଯ୍ୟନ୍ତ ଆସିଥିଲେ। ମାତ୍ର ତାଙ୍କ ସନ୍ଧାନ ପାଇନଥିଲେ। ରବିବାର ଅପରାହ୍ଣରେ ମାନେଶ୍ବର ନିକଟରେ ତାଙ୍କ ଶବ ଉଦ୍ଧାର କରାଯାଇଥିଲା।
Follow Us