ଅଧା ଆକାଶରେ ଚାଲିଗଲା ଜୀବନ, ହୃଦ୍‌ଘାତରେ ଇଣ୍ଡିଗୋ ବିମାନରେ ଯାତ୍ରୀଙ୍କ ମୃତ୍ୟୁ

Advertisment

ଜରୁରୀ ଅବତରଣ ସତ୍ତ୍ବେ ବଞ୍ଚାଇପାରିଲେନି

ଜରୁରୀ ଅବତରଣ ସତ୍ତ୍ବେ ବଞ୍ଚାଇପାରିଲେନି

ଅଧା ଆକାଶରେ ଚାଲିଗଲା ଜୀବନ, ହୃଦ୍‌ଘାତରେ ଇଣ୍ଡିଗୋ ବିମାନରେ ଯାତ୍ରୀଙ୍କ ମୃତ୍ୟୁ

NDTV

ଭୁବନେଶ୍ବର : କୋଲକତାରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ବିମାନ ୬ଇ-୯୪୬ରେ ଆଜି ଜଣେ ଯାତ୍ରୀଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ଯାତ୍ରୀଙ୍କୁ ବଞ୍ଚାଇବା ଲାଗି ବିମାନକୁ ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲେ ହେଁ ଯାତ୍ରୀଙ୍କୁ ବଞ୍ଚାଯାଇପାରିନି।

ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇଣ୍ଡିଗୋ ବିମାନ ୬ଇ-୯୪୬ କୋଲକତାରୁ ହାଇଦ୍ରାବାଦ ଅଭିମୁଖେ ଉଡ଼ାଣ କରିବାର କିଛି ସମୟ‌ ପରେ ଜୟବ୍ରତ ଘୋଷ (୫୯ବର୍ଷ) ନାମକ ଜଣେ ବ୍ୟକ୍ତିଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା। ଏହାପରେ ବିମାନର କ୍ରିଉ ସଦସ୍ୟ ଆଶୁ ଚିକିତ୍ସା ଯୋଗାଇଥିଲେ। କିନ୍ତୁ ଛାତିର ଯନ୍ତ୍ରଣା ବଢ଼ିବାରୁ ବିମାନରେ କେହି ଡାକ୍ତର ଅଛନ୍ତି କି ବୋଲି କ୍ରିଉ ସଦସ୍ୟ ପଚାରିଥିଲେ। ବିମାନରେ ଜଣେ ଘରୋଇ ହସ୍ପିଟାଲର ଡାକ୍ତର ଯାତ୍ରା କରୁଥିବାରୁ ସେ ଚିକିତ୍ସା ପାଇଁ ଆଗେଇ ଆସିଥିଲେ। ଏହି ସମୟରେ ବିମାନର ଜରୁରୀ ଅବତରଣ ପାଇଁ ପାଇଲଟ୍‌ ଭୁବନେଶ୍ବର ବିମାନବନ୍ଦର ଏଟିସିର ଅନୁମତି ମାଗିଥିଲେ। ଅପରାହ୍ନ ୫ଟା ୫୫ରେ ବିମାନଟି ଜରୁରୀ ଅବତରଣ କରିଥିଲା। ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ବିମାନବନ୍ଦରରେ ଆମ୍ବୁଲାନ୍ସକୁ ବି ବିମାନ ପାର୍କିଂ ଅଞ୍ଚଳକୁ ଅଣାଯାଇଥିଲା। ସଙ୍ଗେ ସଙ୍ଗେ ଯାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ଶ୍ରୀ ଘୋଷଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ଯାତ୍ରୀଙ୍କ ସହ ତାଙ୍କ ପରିବାରର ତିନି ଜଣ ଲୋକ ଥିବାବେଳେ ସମସ୍ତେ ଭୁବନେଶ୍ବରରେ ଓହ୍ଲାଇଛନ୍ତି। ଶୁକ୍ରବାର ଶ୍ରୀ ଘୋଷଙ୍କର ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ଅପରପକ୍ଷେ ବିମାନଟି ସଂଧ୍ୟା ୬ଟା ୩୦ମିନିଟ ସମୟରେ ହାଇଦ୍ରାବାଦ ଅଭିମୁଖେ ଉଡ଼ାଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe