ତାର ଉପରେ ପଡ଼ିଲା ଡାଳ ଟ୍ରେନରୁ ଡେଇଁଗଲେ ଯାତ୍ରୀ

ତାର ଉପରେ ପଡ଼ିଲା ଡାଳ ଟ୍ରେନରୁ ଡେଇଁଗଲେ ଯାତ୍ରୀ

EDecorati

ଗଡପୋଷ : ଦକ୍ଷିଣ ପୂର୍ବ ରେଳପଥ ଗଡପୋଷ ନିକଟ ଟାଙ୍ଗରମୁଣ୍ଡା ରେଳ ଷ୍ଟେସନରେ ବୁଧବାର ଏକ ବଡ ଅଘଟଣ ଟଳି ଯାଇଛି। ଜଣେ ଯାତ୍ରୀଙ୍କ କହିବାନୁସାରେ ସନ୍ଧ୍ୟା ୬ଟାରେ ଟାଙ୍ଗରମୁଣ୍ଡା ରେଳ ଷ୍ଟେସନରେ ଇତବାରି ଟାଟା ପାସେଞ୍ଜର ଟ୍ରେନ (୫୮୧୧୨) ଛିଡା ହୋଇଥିବା ବେଳେ ପ୍ରବଳ ବେଗରେ ପବନ ବହିଥିଲା। ଏହାଦ୍ବାରା ଏକ ଗଛର ଡାଳ ଉଚ୍ଚ କ୍ଷମତା ସମ୍ପନ୍ନ ତାର ଉପରେ ଛିଣ୍ଡି ପଡିଥିଲା। ଫଳରେ ଖୁବ ଯୋରରେ ଶବ୍ଦ ହୋଇ ଡାଳରେ ନିଆଁ ଲାଗି ଯାଇଥିଲା। ସ୍ଲିପର କୋଚ ନଂ ୦୨୮୨୬୯ ଉପରେ ଥିବା ଏହି ଡାଳରେ ନିଆଁ ଲାଗିଥିବାରୁ ଯାତ୍ରୀ ଆତଙ୍କିତ ହୋଇ ଜୀବନ ବିକଳରେ ଟ୍ରେନରୁ ଡେଇଁ ଷ୍ଟେସନ ଭିତରକୁ ଦୌଡି ପଳାଇଥିଲେ। ଡାଉନ ଲାଇନରେ ଟ୍ରେନଟି ଛିଡା ହୋଇଥିବା ବେଳେ ଯାତ୍ରୀମାନେ ଅପ ଲାଇନ ଡେଇଁ ଷ୍ଟେସନ ଭିତରକୁ ଦୌଡି ପଳାଇଥିଲେ। ସୌଭାଗ୍ୟବଶତଃ ଅପ ଲାଇନରେ କୌଣସି ଟ୍ରେନ ଅତିକ୍ରମ କରି ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe