Bangalore Mirror
ଭୁବନେଶ୍ବର : ରାଞ୍ଚିରୁ ଚେନ୍ନାଇ ଯାଉଥିବା ଏୟାର ଏସିଆ ବିମାନରେ ବସନ୍ତ କୁମାର ପାଶୱାନ (୪୦) ନାମକ ଜଣେ ବ୍ୟକ୍ତିଙ୍କର ହୃଦ୍ଘାତ ହେବାରୁ ବିମାନଟି ଭୁବନେଶ୍ବର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ହେଲେ ଯାତ୍ରୀ ଜଣଙ୍କ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ବିଜୁ ପଟ୍ଟନାୟକ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ରବିବାର ସଂଧ୍ୟାରେ ରାଞ୍ଚିରୁ ଆସୁଥିବା ବିମାନରେ ଜଣେ ଯାତ୍ରୀଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିବାରୁ ବିମାନଟି ଭୁବନେଶ୍ବରରେ ଜରୁରୀ ଅବତରଣ କରିଥିଲା। ବିମାନବନ୍ଦରରେ ଥିବା ଆମ୍ବୁଲାନ୍ସରେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉକ୍ତ ଯାତ୍ରୀଙ୍କ ସହ ଆସିଥିବା ତିନିଜଣ ମହିଳା ଯାତ୍ରୀଙ୍କୁ ଭୁବନେଶ୍ବରରେ ଓହ୍ଲାଇ ଦେବା ପରେ ବିମାନଟି ଚେନ୍ନାଇ ଅଭିମୁଖେ ଯାଇଛି। କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ବିମାନରେ ହୃଦ୍ଘାତ ହେବାରୁ ଯେଉଁ ଯାତ୍ରୀଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତାଙ୍କର ପହଞ୍ଚିବା ବେଳକୁ ମୃତ୍ୟୁ ହୋଇଯାଇଥିଲା।
Follow Us