ଗୋନ୍ଦିଆ-ଝାରସୁଗୁଡ଼ା ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନରେ ଲାଗିଲା ନିଆଁ, ଚାଳକ ସୁରକ୍ଷିତ

ଗୋନ୍ଦିଆ-ଝାରସୁଗୁଡ଼ା ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନରେ ଲାଗିଲା ନିଆଁ, ଚାଳକ ସୁରକ୍ଷିତ

ଝାରସୁଗୁଡ଼ା: ଗୋନ୍ଦିଆ-ଝାରସୁଗୁଡ଼ା ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନରେ ଆଜି ସନ୍ଧ୍ୟାରେ ନିଆଁ ଲାଗିଛି। ବ୍ରଜରାଜନଗର ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ଅଗ୍ନିକାଣ୍ଡ ହୋଇଥିବା ଜଣାଯାଇଛି। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। କିନ୍ତୁ ପାସେଞ୍ଜର ଟ୍ରେନ୍‌ର ଚାଳକ ସୁରକ୍ଷିତ ଅଛନ୍ତି। ସୂଚନା ପାଇଁ ଅଗ୍ନିଶମ ବିଭାଗର ନିଆଁଲିଭା କାମ ଜାରି ରଖିଛି। ଘଟଣାସ୍ଥଳରେ ରେଳ ଅଧିକାରୀ ଉପସ୍ଥିତ ଅଛନ୍ତି।।

ସୂଚନା ଅନୁସାରେ ମହାରାଷ୍ଟ୍ରର ଗୋନ୍ଦିଆ ଠାରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ପାସେଞ୍ଜର ଟ୍ରେନ୍ ଆଜି ରାତି ପ୍ରାୟ ୮ଟାରେ ବ୍ରଜରାଜନଗର ରେଳ ଷ୍ଟେସନରେ ଛିଡ଼ା ହୋଇଥିଲା। ଏହି ସମୟରେ ଟ୍ରେନ୍‌ର ଇଞ୍ଜିନ୍‌ରେ ହଠାତ୍‌ ନିଆଁ ଲାଗିଥିଲା।‌ ତେବେ ଟ୍ରେନ୍‌ରେ ନିଆଁ ଲାଗିବା ବେଳେ ଚାଳକ ହଠାତ ଓହ୍ଲାଇ ପଡ଼ିଥିଲେ। ସୂଚନା ପାଇଁ ନିଆଁକୁ ଆୟତ କରିବାକୁ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚିଥିଲା। ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା। ତେବେ ଲାଗିବାର କାରଣ ଜଣାପଡ଼ିନାହିଁ। କିନ୍ତୁ ସର୍ଟସର୍କିଟ ଯୋଗୁଁ ଟ୍ରେନ୍‌ର ଇଞ୍ଜିନରେ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି। ରିପୋର୍ଟ ଲେଖାଯିବା ବେଳକୁ ପସେଞ୍ଜର ଟ୍ରେନଟି ଷ୍ଟେସନର ୩ନମ୍ବର୍ ପ୍ଲାଟଫର୍ମରେ ଛିଡା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe