ଟ୍ରଲିକୁ ଧକ୍କା ଦେଲା ପାସେଞ୍ଜର ଟ୍ରେନ୍: ଜଣେ ମୃତ, ୨ ଆହତ

Advertisment

ରାୟଗଡ଼ା ରେଳବାଇ ଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରେ ଗୁରୁବାର ପାସେଞ୍ଜର ଟ୍ରେନ୍ ଏକ ଲାଇଟ ମଟର ଟ୍ରଲିକୁ ଧକ୍କା ଦେବା ଫଳରେ ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି...

ରାୟଗଡ଼ା ରେଳବାଇ ଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରେ ଗୁରୁବାର ପାସେଞ୍ଜର ଟ୍ରେନ୍ ଏକ ଲାଇଟ ମଟର ଟ୍ରଲିକୁ ଧକ୍କା ଦେବା ଫଳରେ ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି...

Passenger train hits trolley: one dead, one injured

Passenger train hits trolley: one dead, one injured Photograph: (sambad.in)

ରାୟଗଡ଼ା: ରାୟଗଡ଼ା ରେଳବାଇ ଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରେ ଗୁରୁବାର ପାସେଞ୍ଜର ଟ୍ରେନ୍ ଏକ ଲାଇଟ ମଟର ଟ୍ରଲିକୁ ଧକ୍କା ଦେବା ଫଳରେ ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।

ଟ୍ରାକ୍ ମରାମତି ପାଇଁ ଶ୍ରମିକମାନେ ଲାଇଟ ମଟର ଟ୍ରଲିରେ କାର୍ଯ୍ୟ କରୁଥିଲେ। ଏହି ସମୟରେ ବିଶାଖାପାଟଣା ଠାରୁ ରାଏପୁର ଯାଉଥିବା ପାସେଞ୍ଜର ଟ୍ରେନ୍ ଆସିବାରୁ ଶ୍ରମିକ ମାନେ ଟ୍ରାକ୍‌ରୁ ମେଣ୍ଟେନାନ୍ସ ଟ୍ରଲି ଗାଡ଼ିକୁ ଟ୍ରାକ୍ ଉପରୁ ବାହାରକୁ କାଢ଼ିଥିଲେ କିନ୍ତୁ ଠିକ୍ ରୂପେ ବାହାର କରି ନଥିବାରୁ ପାସେଞ୍ଜର ଟ୍ରେନ୍ ଟ୍ରଲିକୁ ଧକ୍କା ଦେଇଥିଲା।

ଫଳରେ ଜଣେ ଶ୍ରମିକ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଆହତ ହୋଇଥିଲେ। ଆହତ ହୋଇଥିବା ବ୍ୟକ୍ତି ମାନେ ହେଲେ ବାବୁଲା ସାହା ଓ ସୁଶାନ୍ତ ଦାସ। ତେବେ ମୃତ ଶ୍ରମିକ ଜଣଙ୍କର ପରିଚୟ ମିଳି ପାରିନାହିଁ।

 Rayagada 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe