ହରିଦାସପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ୍‌

Advertisment
ହରିଦାସପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ୍‌

କେନ୍ଦ୍ରାପଡ଼ା : ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମକୁ ଦେଢ଼ ବର୍ଷରୁ ଅଧିକ ଦିନ ବିତିଲାଣି। ଅଥଚ ଜିଲ୍ଲାବାସୀଙ୍କ ଦୀର୍ଘ ବର୍ଷର ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଦାବି ପୂରଣ ହେଇପାରିଲା ନାହିଁ। କେବଳ ମାଲବାହୀ ଟ୍ରେନ୍ ଚଳାଚଳରେ ସୀମିତ ରହିଯାଇଥିବାରୁ ଜିଲ୍ଲାବାସୀଙ୍କ କେନ୍ଦ୍ରାପଡ଼ାରୁ ରେଳଯାତ୍ରା ସ୍ବପ୍ନ ଅଧୁରା ରହି ଯାଇଛି। ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତି ସମ୍ବନ୍ଧୀୟ ଏନ୍‌ଓସି ମିଳି ସାରିସାରିଥିବା ବେଳେ କେଉଁ କ‌ାରଣ ପାଇଁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ ହେଇପାରୁନାହିଁ, ତାହାକୁ ନେଇ ପ୍ରଶ୍ନ ଉଠୁଛି ା

୨୦୨୦,  ସେପ୍ଟେମ୍ବର ୨୩ ତାରିଖରେ ହରିଦାସପୁର-ପାରାଦୀପ ମଧ୍ୟରେ ବିଧିବଦ୍ଧ ଭାବେ ମାଲବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ କିନ୍ତୁ ୨୪ ବର୍ଷ ଲାଗି ଯାଇଥିଲା। ମାଲବାହୀ ଟ୍ରେନ୍ ଚଳାଚଳ ପରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳକୁ ନେଇ ଦାବି ଉଠିବା ପରେ ଯାତ୍ରୀଙ୍କ ସୁବିଧା ନିମେନ୍ତ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତି ଚାଲିଥିବା ରେଳବାଇ ପକ୍ଷରୁ ଯୁକ୍ତି ବଢ଼ାଯାଇଥିଲା। ଇତିମଧ୍ୟରେ ୯ଟି ଷ୍ଟେସନ୍‌ କାମ ସରିବା ସହିତ ଯାତ୍ରୀବାହୀ ଟ୍ରେନ୍‌ ପରୀକ୍ଷାମୂଳକ ଭାବେ ଚାଲି ସାରିଲାଣି। ଏଚ୍‌ଆରପିସିଏସ୍‌ ମଧ୍ୟ ଏନ୍‌ଓସି ଦେଇ ସାରିଲାଣି। ରେଳବାଇ ନିରାପତ୍ତା କମିସନ୍‌ଙ୍କ ତରଫରୁ ବି ଅନୁମତି ମିଳିସାରିଛି। ତଥାପି ଜିଲ୍ଲାବାସୀଙ୍କ ଦୀର୍ଘ ବର୍ଷର ଦାବି ପ୍ରତି ରେଳବାଇ କର୍ତୃପକ୍ଷଙ୍କ ଅଣଦେଖା ଆଗକୁ ବଡ଼ଧରଣର ଆନ୍ଦୋଳନ ପାଇଁ ବାଟ କଢାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe