ଗୋଟିଏ କ୍ଲିକ୍‌ରେ ପାସ୍‌ପୋର୍ଟ ଯାଞ୍ଚ : ଆରମ୍ଭ ହେଲା ‘ଏମ୍ ପୁଲିସ’ ଆପ୍, ୧୦୦ ଥାନାକୁ ମିଳିଲା ଟାବଲେଟ୍

Advertisment
ଗୋଟିଏ କ୍ଲିକ୍‌ରେ ପାସ୍‌ପୋର୍ଟ ଯାଞ୍ଚ : ଆରମ୍ଭ ହେଲା ‘ଏମ୍ ପୁଲିସ’ ଆପ୍, ୧୦୦ ଥାନାକୁ ମିଳିଲା ଟାବଲେଟ୍

ଭୁବନେଶ୍ବର : ଆଉ ବେଶି ଧାଁ ଧପଡ କରିବାକୁ ପଡ଼ିବନି। ମାତ୍ର କେଇ ସେକେଣ୍ଡ ଭିତରେ ଗୋଟିଏ କ୍ଲିକ୍‌ରେ ଅନଲାଇନ୍‌ରେ ପାସ୍‌ପୋର୍ଟ ଯାଞ୍ଚ ହେବ। ପାସ୍‌ପୋର୍ଟର ତୁରନ୍ତ ଯାଞ୍ଚ କରିବା ପାଇଁ ଓଡ଼ିଶା ପୁଲିସ୍‌ ୫ଟି କାର୍ଯ୍ୟକ୍ରମ ଆଧାରରେ ‘ଏମ୍ ପୁଲିସ’ ମୋବାଇଲ ଆପ୍ଲିକେସନ୍ ବ୍ୟବସ୍ଥା ଆରମ୍ଭ କରିଛି। ଏହା ପରେ ପାସ୍‌ପୋର୍ଟ ଯାଞ୍ଚ(ଭେରିଫିକେସନ୍) ପୂରା ସହଜ ହେବ। ପାସ୍‌ପୋର୍ଟ ଯାଞ୍ଚ ବ୍ୟବସ୍ଥାକୁ ସ୍ବଚ୍ଛ ଏବେ ସମୟ ଉପଯୋଗୀ କରିବା ନିମନ୍ତେ ଏହା ଏକ ମହତ୍‌ ପଦକ୍ଷେପ। ଏହି ଯୋଜନାରେ ରାଜ୍ୟର ସମସ୍ତ ୫୫୩ଟି ପୁଲିସ୍‌ ଷ୍ଟେସନକୁ ଟାବଲେଟ୍ ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଆଜି ଶହେଟି ପୁଲିସ ଷ୍ଟେସନକୁ ଟାବଲେଟ୍ ପ୍ରଦାନ କରାଯାଇଥିବା ବେଳେ ମାର୍ଚ୍ଚ ୨୫ ସୁଦ୍ଧା ଅନ୍ୟ ଥାନାଗୁଡ଼ିକୁ ଟାବଲେଟ୍ ପ୍ରଦାନ କରାଯିବ। ରାଜଧାନୀ ଭୁବନେଶ୍ବରରେ ୫ଟି ଥାନାକୁ ଟାବଲେଟ୍ ମିଳିଥିବା ବେଳେ ଦାୟିତ୍ବରେ ରହୁଥିବା କର୍ମଚାରୀମାନେ ତାଲିମ ନେଇ ସାରିଥିବା ବେଳା ଆଜିଠୁ ସେବା ଆରମ୍ଭ ହୋଇଛି।

ପୂର୍ବରୁ ପାସପୋର୍ଟ ପାଇଁ ଆବେଦନ କରିବା ପରେ ଭେରିଫିକେସନ୍ ପାଇଁ ଡାକ ଯୋଗେ ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟ, ଏସପି, ଡିସିପିଙ୍କ କାର୍ଯ୍ୟାଳୟରେ ଥିବା ପାସପୋର୍ଟ ସେକ୍ସନକୁ ଆସୁଥିଲା। ସେଠାରୁ ସମ୍ପୃକ୍ତ ଥାନାକୁ ଯାଉଥିଲା। ସମ୍ପୃକ୍ତ ଥାନା କର୍ମଚାରୀ ଯାଞ୍ଚ କରିବା ପରେ ପାସପୋର୍ଟ ସେକ୍ସନକୁ ଯାଉଥିଲା। କିନ୍ତୁ ଏହି ‘ଏମ୍ ପୁଲିସ’ ମୋବାଇଲ ଆପ୍ଲିକେସନ୍ ବ୍ୟବସ୍ଥା ପରେ ସାଧାରଣ ଲୋକଙ୍କ କୌଣସି ଅଭିଯୋଗ ରହିବ ନାହିଁ। ଅନଲାଇନ୍ ଆବେଦନକାରୀଙ୍କ ବିବରଣୀ ପୁଲିସ ଅଧିକାରୀଙ୍କ ପାଖରେ ପହଞ୍ଚିବା ପରେ ଟାବଲେଟ୍ ଜରିଆରେ ସମ୍ପୃକ୍ତ ଅଧିକାରୀଙ୍କ ପାଖରେ ପହଞ୍ଚିବ। ସେଠାରୁ ଟାବଲେଟ୍ ଜରିଆରେ ସମ୍ପୃକ୍ତ ଅଧିକାରୀ ଯାଞ୍ଚ ରିପୋର୍ଟ ପ୍ରଦାନ କରିବେ। ଏହି ବ୍ୟବସ୍ଥାରେ ଅଳ୍ପ ସମୟ ମଧ୍ୟରେ ଆବେଦନକାରୀମାନେ ପାସପୋର୍ଟ ପାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe