ପାଟକୁରା ଥାନା ଅଞ୍ଚଳରେ ସଶସ୍ତ୍ର ଡକାୟତି, ଲୁଟି ନେଲେ ଲକ୍ଷାଧିକ ଟଙ୍କା ଓ ୩ ଲକ୍ଷରୁ ଊର୍ଦ୍ଧ୍ୱ ମୂଲ୍ୟର ସୁନାଗହଣା

Advertisment
ପାଟକୁରା ଥାନା ଅଞ୍ଚଳରେ ସଶସ୍ତ୍ର ଡକାୟତି, ଲୁଟି ନେଲେ ଲକ୍ଷାଧିକ ଟଙ୍କା ଓ  ୩ ଲକ୍ଷରୁ ଊର୍ଦ୍ଧ୍ୱ ମୂଲ୍ୟର ସୁନାଗହଣା

ପାଟକୁରା : କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ଗୋତ୍ରିବିଲକିଣିଲୋ ଗାଁରେ ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ୫ ଜଣ ମୁଖା ପିନ୍ଧା ସଶସ୍ତ୍ର ଡକାୟତ ଗୋତ୍ରିବିଲକିଣିଲୋ ଗାଁରେ ପଶି ୮ଟି ଘରୁ ଲକ୍ଷାଧିକ ଟଙ୍କା ଓ ୩ ଲକ୍ଷରୁ ଊର୍ଦ୍ଧ୍ୱ ମୂଲ୍ୟର ଗହଣା ଲୁଟ୍ କରିଥିଲେ। ଏପରିକି ଜଣେ ମହିଳାଙ୍କର କାନଫୁଲ ଛିଣ୍ଡାଇବା ବେଳେ ତାଙ୍କର କାନ କଟିଯାଇଥିବାର ଖବର ମିଳିଛି। ଚାରୁଲତା ରାଉତ(୪୦) ନାମ୍ନୀ ଏହି ମହିଳାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

publive-imageସୂଚନା ଅନୁଯାୟୀ ତାଙ୍କ ଘରୁ ୧ ଲକ୍ଷ ୪ ହଜାର ଟଙ୍କା ଓ୪୦ ଗ୍ରାମ୍ ସୁନା ଚୋର କରିଥିବା ନେଇ ଦିଲୀପ ନାୟକ ଆଜି ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି। ଏହାଛଡ଼ା ଗାଁର କୈଳାସ ସାମଲ, ପ୍ରଦୀପ ସାମନ୍ତରାୟ ପ୍ରମୁଖଙ୍କ ଘରୁ ବି ଚୋରି ହୋଇଛି। ଖାଲି ସେତିକି ନୁହେଁ ଡକାୟତମାନେ ମେଘନାଦ ବାରିକଙ୍କର ଜେରକ୍ସ ଦେକାନ ଭାଙ୍ଗି ୩ଟି ମୋବାଇଲ୍ ଏବଂ ଗୋଟିଏ ସାଇକେଲ ଲୁଟି ନେଇଥିବା ଜଣାଯାଇଛି। ଏହି ଘଟଣା ରାତି ସାଢେ ଗୋଟାଏରୁ ୨ଟା ଭିତରେ ଘଟିଥିବା କୁହାଯାଉଛି। ପାଟକୁରା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe