image source--East ldho news
ପାଟକୁରା : କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଥାନା ଅଞ୍ଚଳରେ ଆଜି ସକାଳେ ଜଣେ ମହିଳାଙ୍କ ଅଧା ପୋତା ମୃତଦେହ ଠାବ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ ବିହାରର ସମସ୍ତିପୁର ଜିଲ୍ଲା ଅନ୍ତର୍ଗତ ଧାନାହାର ଗ୍ରାମର ରାମ ନାରାୟଣ ସାହାଣୀ ଆଳିଜଙ୍ଗା ଗାଁର ପଦନ ସେନାପତିଙ୍କ ଘର ଭଡ଼ା ନେଇ ରହୁଥିଲେ। ସେ ଆଳିଜଙ୍ଗାରେ ପ୍ରାୟ ପାଞ୍ଚ ମାସ ହେବ ଏହି ଭଡ଼ା ଘରେ ରହୁଥିଲେ। ତାଙ୍କ ସହ ଆହୁରି ଛଅଜଣ ରହୁଥିଲେ। ସେମାନେ ସମସ୍ତେ ଗୁପଚୁପ୍ ବିକି ଜୀବିକା ନିର୍ବାହ କରୁଥିଲେ।/sambad/media/post_attachments/wp-content/uploads/2020/02/kendrapada-111-750x430.jpg)
ଗତକାଲି ରାତିରେ ସେମାନେ ଉକ୍ତ ମହିଳାଙ୍କୁ ହତ୍ୟା କରି ପାଖରେ ଥିବା ଏକ ବିଲରେ ଗାତ ଖୋଳି ପୋତି ଦେଇଥିଲେ ବୋଲି କୁହାଯାଉଛି। ଖାଲି ସେତିକି ନୁହେଁ, ସେମାନେ ଗତକାଲିଠାରୁ ଘରେ ତାଲା ପକାଇ କେଉଁଆଡ଼େ ଚାଲିଯାଇଥିବା ଜଣାଯାଇଛି। ମୃତ ମହିଳାଜଣକ ରାମ ନାରାୟଣ ସାହାଣୀଙ୍କର ଶାଳୀ ବୋଲି ଜଣାଯାଇଛି। ଆଜି ସକାଳେ ବିଲରେ ମହିଳାଙ୍କ ମୃତଦେହ ଦେଖି ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ପାଟକୁରା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି।
Follow Us