କଳାହାଣ୍ଡିର ପ୍ରଥମ ପଦ୍ମଶ୍ରୀ ପଟାୟତ ସାହୁ

Advertisment

ଲଗାଇଛନ୍ତି ୩ ହଜାରରୁ ଅଧିକ ଔଷଧୀୟ ବୃକ୍ଷ

ଲଗାଇଛନ୍ତି ୩ ହଜାରରୁ ଅଧିକ ଔଷଧୀୟ ବୃକ୍ଷ

କଳାହାଣ୍ଡିର ପ୍ରଥମ ପଦ୍ମଶ୍ରୀ ପଟାୟତ ସାହୁ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରୁ ପ୍ରଥମ ବ୍ୟକ୍ତି ଭାବେ ପଟାୟତ ସାହୁ ପଦ୍ମଶ୍ରୀ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା ଖବର ପ୍ରଚାରିତ ହେବା ପରେ ଖୁସିର ଲହରି ଖେଳିଯାଇଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ ନାନ୍ଦୋଲ ଗ୍ରାମର ଶ୍ରୀ ସାହୁ ବହୁ ବିଲୁପ୍ତ ଔଷଧୀୟ ବୃକ୍ଷ ଲଗାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ସେ ଚର୍ଚ୍ଚାକୁ ଆସିଥିଲେ। ସେ ଦେଢ଼ ଏକର ଜମିରେ ୩ ହଜାରରୁ ଅଧିକ ଔଷଧୀୟ ବୃକ୍ଷ ଲଗାଇଛନ୍ତି। ଏଥିରୁ ସେ ପ୍ରାୟ ୫୦୦ରୁ ଅଧିକ ପ୍ରଜାତିର ଔଷଧୀୟ ବୃକ୍ଷ ଦେଶର ବିଭିନ୍ନ ସ୍ଥାନରୁ ସଂଗ୍ରହ କରିଛନ୍ତି।

୪୦ ବର୍ଷ ପୂର୍ବେ ସେ ଔଷଧୀୟ ବୃକ୍ଷ ତାଙ୍କ ବଗିଚାରେ ଲଗାଇବା ଆରମ୍ଭ କରିଥିଲେ। ତାଙ୍କ ଜେଜେ ବାପା ଜଣେ ବୈଦ୍ୟ ଥିଲେ। ଜେଜେଙ୍କ ପ୍ରେରଣା ଯୋଗୁ ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା। ଆଜି ପଦ୍ମଶ୍ରୀ ପାଇବା ପରେ ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ଆୟୁର୍ବେଦକୁ କେନ୍ଦ୍ର ସରକାରଙ୍କ ସ୍ୱୀକୃତି ମିଳିଛି ବୋଲି କହିଛନ୍ତି। ଆଗାମୀ ଦିନରେ ସେ ଏହାକୁ ଆହୁରି ବ୍ୟାପକ କରିବେ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe