ବିଲୁପ୍ତ ଔଷଧୀୟ ବୃକ୍ଷର ସଂରକ୍ଷଣ ଦେଲା ପଟାୟତ ସାହୁଙ୍କୁ ସ୍ବୀକୃତି, ପଦ୍ମଶ୍ରୀ ଲାଗି ହେଲେ ମନୋନୀତ

Advertisment
ବିଲୁପ୍ତ ଔଷଧୀୟ ବୃକ୍ଷର ସଂରକ୍ଷଣ ଦେଲା ପଟାୟତ ସାହୁଙ୍କୁ ସ୍ବୀକୃତି, ପଦ୍ମଶ୍ରୀ ଲାଗି ହେଲେ ମନୋନୀତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ପାଇଁ କୃଷିରେ ଉତ୍କର୍ଷ  ନିମନ୍ତେ ନାନ୍ଦୋଲ ଗ୍ରାମର ପଟାୟତ ସାହୁ ପଦ୍ମଶ୍ରୀ ପୁରସ୍କାର ନିମନ୍ତେ ମନୋନୀତ ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଜିଲ୍ଲାରେ ଖୁସିରଲହରି ଖେଳିଯାଇଛି।

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ନାନ୍ଦୋଲ ଗ୍ରାମର ପଟାୟତ ସାହୁ ବହୁ ବିଲୁପ୍ତ ଔଷଧୀୟ ବୃକ୍ଷ ଲଗାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ସେ ଚର୍ଚ୍ଚାକୁ ଆସିଥିଲେ। ପଟାୟତ ସାହୁ ଦେଢ଼ ଏକର ଜମିରେ ୩ ହଜାରରୁ ଅଧିକ ଔଷଧୀୟ ବୃକ୍ଷ ଲଗାଇଛନ୍ତି। ଏଥିରେ ସେ ପ୍ରାୟ ୫୦୦ରୁ ଅଧିକ ପ୍ରଜାତିର ଔଷଧୀୟ ବୃକ୍ଷ ଦେଶର ବିଭିନ୍ନ ସ୍ଥାନରୁ ସଂଗ୍ରହ କରିଛନ୍ତି। ୪୦ ବର୍ଷ ପୂର୍ବେ ସେ ଔଷଧୀୟ ବୃକ୍ଷ ତାଙ୍କ ବଗିଚାରେ ଲଗାଇବା ଆରମ୍ଭ କରିଥିଲେ। ତାଙ୍କ ଜେଜେ ବାପା ଜଣେ ବୈଦ୍ୟ ଥିଲେ। ତାଙ୍କ ପ୍ରେରଣା ଯୋଗୁଁ ଆଗ୍ରହ ସୃଷ୍ଟି ହୋଇଥିଲା।

ଆଜି ପଦ୍ମଶ୍ରୀ ନିମନ୍ତେ ତାଙ୍କ ନାମ ଘୋଷଣା ହେବା ପରେ ସେ ବେଶ୍ ଉତ୍ସାହିତ ହେବା ସହ ଆୟୁର୍ବେଦକୁ କେନ୍ଦ୍ର ସରକାରଙ୍କ ସ୍ୱୀକୃତି ମିଳିଛି ବୋଲି କହିଛନ୍ତି। ଆଗାମୀ ଦିନରେ ସେ ଏହାକୁ ଆହୁରି ବ୍ୟାପକ କରିବେ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe