ଥୁଆମୂଳ ରାମପୁର: ରୋଗୀଙ୍କୁ ଖଟିଆରେ ବୋହି ନଦୀ ପାରି ହେବା ଘଟଣା ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି। ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଥୁଆମୂଳ ରାମପୁର ବ୍ଲକ୍ ଅଧୀନ ତଳଝାପି ଗ୍ରାମ ପଞ୍ଚାୟତ ରାଣୀପଦର ଗାଁରୁ। ଏହି ଗ୍ରାମକୁ ରାସ୍ତା ନାହିଁ। ଗ୍ରାମର ସୁନ୍ଦର ଦେଇ ମାଝୀ (୫୫ବର୍ଷ) ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ପରିବାର ଲୋକେ ତାଙ୍କୁ ଖଟିଆରେ ୨ କିଲୋମିଟର ବୋହି ଡାକ୍ତରଖାନା ନେଇଥିଲେ। ବାଟରେ ଇନ୍ଦ୍ରାବତୀ ନଦୀ ବାଣ୍ଡିଘାଟଠାରେ ପାରି କରିଥିଲେ। ମୁଖ୍ୟ ରାସ୍ତାରେ ଅପେକ୍ଷା କରି ରହିଥିବା ଆମ୍ବୁଲାନ୍ସ ଗାଡ଼ି ଯୋଗେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇ ଭର୍ତ୍ତି କରିଥିଲେ। ତେବେ ପ୍ରଗତିଶୀଳ ରାଜ୍ୟର ଏଭଳି ପରିସ୍ଥିତି ଏବେବି ରହିଥିବା ରାଣୀପଦର ଗାଁକୁ ଗମନାଗମନ ସୁବିଧା ନଥିବାରୁ ଲୋକେ ଗର୍ଭବତୀ ଓ ରୋଗୀମାନଙ୍କୁ ଖଟିଆରେ ବୋହିବା ନିତିଦିନିଆ ଘଟଣା ପାଲଟିଛି। ଏନେଇ ଗ୍ରାମବାସୀ ରାଜନେତାଠାରୁ ଆରମ୍ଭକରି ପ୍ରଶାସନ ପାଖରେ ରାସ୍ତା ଓ ନଦୀରେ ପୋଲ ନିର୍ମାଣ କରିବାକୁ ବାରମ୍ବାର ଜଣେଇଲେ ସୁଦ୍ଧା କୌଣସିମତେ ଗୁରୁତ୍ୱ ଦିଆଯାଉନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us