ଗୁରୁଦେବ ହସ୍ପିଟାଲ୍‌ରେ ଚିକିତ୍ସା ଅବହେଲା ଅଭିଯୋଗ, ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା, ଥାନାରେ ମାମଲା 

Advertisment
କରୋନାରେ ରୋଗୀଙ୍କ ମୃତ୍ୟୁ, ଆସିଲେନି ସମ୍ପର୍କୀୟ; ପିପିଇ କିଟ୍‌ ପିନ୍ଧି ସ୍କୁଟିରେ ଶବ ନେଲେ ଦୁଇପୁଅ

image source: India today

ବ୍ରହ୍ମପୁର:‌ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ଛକରେ ଥିବା ଗୁରୁଦେବ ହସ୍ପିଟାଲ୍‌ରେ ପୁଣିଥରେ ଚିକିତ୍ସାରେ ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ମୃତ ରୋଗୀ ସଂଗୀତା ସାହୁଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୃତ ସଂଗୀତାଙ୍କ ସ୍ବାମୀ ନବୀନ ସାହୁ ଗୁରୁଦେବ ହସ୍ପିଟାଲ୍‌ର ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ‌ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ କ୍ରମେ ପୁଲିସ କେସ୍ ନମ୍ବର ୫୪/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋବିନ୍ଦବିହାରର ନବୀନଙ୍କ ପତ୍ନୀ ସଂଗୀତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ଗତ ୨୬ତାରିଖରେ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ବିଭିନ୍ନ ପରୀକ୍ଷା କରିଥିଲେ। ସଂଗୀତାଙ୍କ ଗର୍ଭାଶୟରେ ଏକ ଟ୍ୟୁମର୍‌ ଥିବା ନେଇ ରିପୋର୍ଟ ଆସିଥିଲା। ସେ ନେଇ ବଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଅସ୍ତ୍ରୋପଚାର ପାଇଁ ଗୁରୁଦେବ ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପାଇଁ କହିଥିବା ବୋଲି ନବୀନ ତାଙ୍କର ଏତଲାରେ ଦର୍ଶାଇଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ନବୀନ ଗତକାଲି ତାଙ୍କ ପତ୍ନୀଙ୍କୁ ଗୁରୁଦେବ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ।

ଆଜି ଅପରାହ୍ଣ ପ୍ରାୟ ୪ଟା ବେଳେ ଅସ୍ତ୍ରୋପଚାର ପାଇଁ ସଂଗୀତାଙ୍କୁ ଓଟିକୁ ନିଆଯାଇଥିଲା। ଏହାର ଠିକ୍‌ ୧୫ମିନିଟ୍‌ ପରେ ସଂଗୀତା ଗୁରୁତର ହୋଇ ପଡ଼ିଛନ୍ତି, ତାଙ୍କୁ ତୁରନ୍ତ ବଡ଼ ଡାକ୍ତରଖାନା ନେବା ପାଇଁ କର୍ମଚାରୀମାନେ କହିଥିଲେ। ଗୁରୁଦେବ ହସ୍ପିଟାଲ୍‌ର କର୍ମଚାରୀମାନେ ଆମ୍ବୁଲାନ୍ସରେ ସଂଗୀତାଙ୍କୁ ବଡ଼ ଡାକ୍ତରଖାନା କାଜୁଆଲ୍‌ଟିକୁ ନେଇଥିଲେ। ଟିକେଟ୍‌ କରିବା ପାଇଁ କହି ସେଠାରୁ ସେମାନେ ପଳାଇ ଆସିଥିଲେ ବୋଲି ନବୀନ ତାଙ୍କର ଏତଲାରେ ଅଭିଯୋଗ କରିଛନ୍ତି। କାଜୁଆଲ୍‌ଟିର ଡାକ୍ତର ସଂଗୀତାଙ୍କୁ ଦେଖିବା ପରେ ତାଙ୍କର ମୃତ୍ୟୁ ହୋଇ ସାରିଥିବା କହିଥିଲେ। ଏଥିରେ ନବୀନଙ୍କ ପରିବାରବର୍ଗ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଗୁରୁଦେବ ହସ୍ପିଟାଲ୍‌ର ଡାକ୍ତର ଓ କର୍ମଚାରୀଙ୍କ ଚିକିତ୍ସାରେ ଅବହେଳା ଯୋଗୁଁ ସ୍ତ୍ରୀର ମୃତ୍ୟୁ ଘଟିଲା ବୋଲି ନବୀନ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନବୀନ ଦାବି କରିଛନ୍ତି। ପୁଲିସ ଶବ ଜବତ କରି ଏକ ମାମଲା ରୁଜୁ କରିଛି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।

ପ୍ରକାଶ ଥାଉ କି ପୂର୍ବରୁ ମଧ୍ୟ ଗୁରୁଦେବ ହସ୍ପିଟାଲ୍‌ ବିରୋଧରେ ଏଭଳି ଚିକିତ୍ସାରେ ଅବହେଳା ଅଭିଯୋଗ ଆସିଥିଲା। କିନ୍ତୁ ପ୍ରଶାସନ ତରଫରୁ ଏହି ହସ୍ପିଟାଲ୍‌ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ବାରମ୍ବାର ଏଭଳି ଘଟଣା ନଜରକୁ ଆସୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe