ହାଇକୋର୍ଟରୁ ପାଠକ ବାପ-ପୁଅଙ୍କୁ ଜାମିନ

ହାଇକୋର୍ଟରୁ ପାଠକ ବାପ-ପୁଅଙ୍କୁ ଜାମିନ

କଟକ : ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ଗୋଳନ୍ଥରା ଥାନାରେ ଚାକିରି ଆଶାୟୀଙ୍କ ନିକଟରୁ ୬ ଲକ୍ଷ ଟଙ୍କା ନେବା ଅଭିଯୋଗ ନେଇ ଗୋଳନ୍ଥରା ଥାନାରେ ରୁଜୁ ମାମଲାରେ ପାଠକ ବାପ-ପୁଅଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଦୁଇ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ନିମ୍ନ ଅଦାଲତ ଅଭୟକାନ୍ତ ଓ ଅାକାଶଙ୍କୁ ଏହି ମାମଲାରେ ଜାମିନରେ ଛାଡ଼ିବେ। ଜାମିନରେ ଛାଡ଼ପାଇବା ପରେ ଉଭୟ ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବା ଭଳି କୌଣସି କାର୍ଯ୍ୟ କରିବେନାହିଁ ଓ ଗଣମାଧ୍ୟମ ସମ୍ମୁଖରେ ମାମଲା ସଂକ୍ରାନ୍ତରେ କିଛି ମନ୍ତବ୍ୟ ଦେବେନାହିଁ ବୋଲି ସର୍ତ୍ତାରୋପ କରାଯାଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ  ଅଭୟକାନ୍ତ ଓ ଆକାଶଙ୍କ ପୃଥକ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରହୀଙ୍କୁ ମେ ୩୧ରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ।

ପୂର୍ବରୁ ଭିଜିଲାନ୍ସ ମାମଲା ସମେତ ଅନ୍ୟ ମାମଲାରେ ଜାମିନ ପାଇଥିଲେ ମଧ୍ୟ ଅଭୟକାନ୍ତ ଓ ଅାକାଶ ଏବେ ଜେଲରୁ ମୁକୁଳି ପାରିବେ ନାହିଁ। ଅନ୍ୟ ବିଚାରାଧୀନ ମାମଲାରେ ଉଭୟଙ୍କୁ ଜାମିନ ମିଳି ନାହିଁ। ଆକାଶଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଓ ଅଭୟକାନ୍ତଙ୍କ ତରଫରୁ ଆଇନଜୀବୀ ମାନସ ଚାନ୍ଦ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe