ଯୁବପିଢି ପଠାଣି ସାମନ୍ତଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ନିଶାମୁକ୍ତ ସମାଜ ଗଠନ ଦିଗରେ ନିଜକୁ ନିୟୋଜିତ କରନ୍ତୁ : ସୌମ୍ୟରଞ୍ଜନ

Advertisment

ଖଣ୍ଡପଡ଼ାରେ ପଠାଣି ସାମନ୍ତ ଜୟନ୍ତୀ

ଖଣ୍ଡପଡ଼ାରେ ପଠାଣି ସାମନ୍ତ ଜୟନ୍ତୀ

ଯୁବପିଢି ପଠାଣି ସାମନ୍ତଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ନିଶାମୁକ୍ତ ସମାଜ ଗଠନ ଦିଗରେ ନିଜକୁ ନିୟୋଜିତ କରନ୍ତୁ : ସୌମ୍ୟରଞ୍ଜନ

ନୟାଗଡ଼: ନୟାଗଡ଼ ଜିଲ୍ଲା ଖଣ୍ଡପଡା ମାଟିର ମହାନ ସନ୍ତାନ ତଥା ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ପଠାଣୀ ସାମନ୍ତଙ୍କ ଜୟନ୍ତୀ ନିଜ ଜନ୍ମମାଟିରେ ପାଳିତ ହୋଇଯାଇଛି ।

ଆଜି ତିଥି ଅନୁଯାୟୀ ସାମନ୍ତ ବାହିନୀ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଖଣ୍ଡପଡା ମହିଳା ମହାବିଦ୍ୟାଳୟ ପରିସରରେ ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା 'ସମ୍ବାଦ'ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ଡିସେମ୍ବର ୧୩  ଆଉ ୨୪ରେ ସାମନ୍ତଙ୍କ ଜୟନ୍ତୀ ପାଳନ ହେଉଛି । ଯେଉଁ ବ୍ୟକ୍ତି ତିଥି ନିରୂପଣ କରିଥିଲେ, ତାଙ୍କ ଜୟନ୍ତୀ ତିଥି ଅନୁସାରେ ପାଳନ ହେବା ଭଲ କଥା। ଯେଉଁ ବ୍ୟକ୍ତି ବାଉଁଶ କାଠି ସାହାଯ୍ୟରେ ଗ୍ରହ, ନକ୍ଷେତ୍ର ଗଣନା କରିପାରିଥିଲେ, ତାଙ୍କ ଜୟନ୍ତୀ ତାରିଖକୁ ନେଇ ବିବାଦ ହେବା ଉଚିତ ନୁହେଁ। ସାମନ୍ତଙ୍କ ଜନ୍ମ ମାଟିରେ ତାଙ୍କ ଜୟନ୍ତୀ ତିଥି ଅନୁସାରେ ପାଳନ ଏକ ନୂଆ ବାର୍ତ୍ତା ଦେଉଛି। ଏ ମାଟିରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ନିଜକୁ ଧନ୍ୟ ମନେ କରିବା ଉଚିତ। ଏ ମାଟିର ପ୍ରତିନିଧିତ୍ଵ କରିବାର ସୁଯୋଗ ପାଇଥିବାରୁ ମୁଁ ଗୌରବାନ୍ବିତ ମନେ କରୁଛି।

ଯୁବପିଢିଙ୍କୁ ପଠାଣି ସାମନ୍ତଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ନିଶା ମୁକ୍ତ ସମାଜ ଗଠନ ଦିଗରେ ନିଜକୁ ନିୟୋଜିତ କରିବାକୁ ଆହ୍ବାନ ଦେଇଥିଲେ। ଏଥିସହିତ ସାମନ୍ତ ବାହିନୀ ଗଠନର ଉଦେଶ୍ୟ ସମ୍ପର୍କରେ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ।

ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୂର ଯୋଗ ଦେଇ କହିଲେ,ସାମନ୍ତ ଗ୍ରହ, ନକ୍ଷେତ୍ର ଆଦିରେ ବିଶ୍ୱାସ କରୁଥିଲେ। ତିଥି ଅନୁସାରେ ତାଙ୍କର ଜୟନ୍ତୀ ପାଳନ ଯଥାର୍ଥ। ତାଙ୍କ ପାଇଁ ଖଣ୍ଡପଡା ମାଟି ତଥା ଓଡିଶାକୁ ସାରା ବିଶ୍ବବାସୀ ଜାଣିଛନ୍ତି। ସେ ଆମକୁ ଆଶୀର୍ବାଦ କରୁଥାନ୍ତୁ। ଆମ ମାଟି ଆହୁରି ଉନ୍ନତି କରୁ।

ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସ୍ତମ୍ଭକାର ଗିରିଜା ଶଙ୍କର ତରାସିଆ, ଖଣ୍ଡପଡାର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶିଶିର ସାହୁ, ସାମନ୍ତ ବାହିନୀ ସଭାପତି ରାମଚନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ବିଜୟ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଏକ ରକ୍ତଦାନ ଶିବିର ସାମନ୍ତ ବାହିନୀ ଓ ସମ୍ବାଦ- ଆମ ଓଡ଼ିଶା ଆନୁକୂଲ୍ୟରେ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe