ପାଥୋଲୋଜି ସେଣ୍ଟରକୁ ଲକ୍ଷେ ଟଙ୍କା ଜରିମାନା

Advertisment
ପାଥୋଲୋଜି ସେଣ୍ଟରକୁ ଲକ୍ଷେ ଟଙ୍କା ଜରିମାନା

କେନ୍ଦୁଝର : କେନ୍ଦୁଝର ସହରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ସହରରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଲାଗୁ ହୋଇଛି। ଏକାଧିକ ବ୍ୟକ୍ତିଙ୍କ ସମାଗମ ଏବଂ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ଗହଳି ନ କରିବାକୁ ପରାମର୍ଶ ଦିଆଯାଇଛି। ଏହା ସତ୍ତ୍ବେ ସହରର ଏକ ପାଥୋଲୋଜି ସେଣ୍ଟର ଆଗରେ କଟକଣା ନ ମାନି ଲୋକେ ଗହଳି କରିଥିବାରୁ ସୋମବାର ଦିନନ କେନ୍ଦୁଝର ପୌର ପରିଷଦ ପକ୍ଷରୁ ସମ୍ପୃକ୍ତ ପାଥୋଲୋଜି ସେଣ୍ଟରକୁ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ସବୁଦିନ ଭଳି ଆଜି କେନ୍ଦୁଝର ପୌର ପରିଷଦ ପକ୍ଷରୁ ସହରରେ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ଯାଞ୍ଚ କରାଯାଉଥିଲା। ମାଇନିଂ ରୋଡ୍‌ରେ ଥିବା ସାଇଦେବ ଡାଇଗ୍ନୋଷ୍ଟିକ ସେଣ୍ଟର ସମ୍ମୁଖରେ ପ୍ରବଳ ଗହଳି ହୋଇଥିବା ଦେଖିବାକୁ ମିଳିଥିଲା। ପୌର ପରିଷଦର ଅଧିକାରୀମାନେ ଡାଇଗ୍ନୋଷ୍ଟିକ ସେଣ୍ଟରକୁ ୧ ଲକ୍ଷ ଟଙ୍କା ଜରିମାନା କରିଥିଲେ। ଡାଇଗ୍ନୋଷ୍ଟିକ ସେଣ୍ଟର କର୍ତ୍ତୃପକ୍ଷ ଚେକ୍‌ ମାଧ୍ୟମରେ ଜରିମାନା ରାଶି ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe