ପଟିଆରେ ସରକାରୀ ଜମି ଜବରଦଖଲ : ହାଇକୋର୍ଟରେ ମାମଲା 

ପଟିଆରେ ସରକାରୀ ଜମି ଜବରଦଖଲ : ହାଇକୋର୍ଟରେ ମାମଲା 

କଟକ : ପଟିଆଗଡ଼ ଅଞ୍ଚଳରେ ଥିବା ସରକାରୀ ଜମିରେ ହୋଇଥିବା ବେଆଇନ ନିର୍ମାଣକୁ ବିରୋଧ କରି ଆଜି ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। କୁନା କୁମାର ଜେନାଙ୍କ ପକ୍ଷରୁ ରୁଜୁ ମାମଲାରେ ଦର୍ଶାଯାଇଛି ଯେ ପଟିଆଗଡ଼ ଅଞ୍ଚଳରେ ଥିବା ସର୍ବସାଧାରଣ ଜମିକୁ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବିଭିନ୍ନ ସାମୂହିକ କାର୍ଯ୍ୟରେ ବ୍ୟବହାର କରି ଆସୁଥିବାବେଳେ ସେଠାରେ ଏବେ ଆପାର୍ଟମେଣ୍ଟ ନିର୍ମାଣ କରାଯାଇଛି। ଏହି ଜମିକୁ ପୂର୍ବରୁ ଅଞ୍ଚଳବାସୀ ବ୍ୟବହାର କରୁଥିବା ବେଳେ ଏବେ ସେଠାରେ ପାଚେରି ନିର୍ମାଣ କରାଯାଇ ରାସ୍ତା ଅବରୋଧ କରାଯାଇଛି। ସ୍ଥାନୀୟ ବାସିନ୍ଦା ଏ ସମ୍ପର୍କରେ ବାରମ୍ବାର ଭୁବନେଶ୍ୱର ଉନ୍ନୟନ କୃର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇ ନଥିଲା। ଏହି ସରକାରୀ ଜମିରୁ ବେଆଇନ ନିର୍ମାଣକୁ ତୁରନ୍ତ ଭାଙ୍ଗିବା ସହ ଗ୍ରାମର ରାଜସ୍ୱ ରାସ୍ତାର ପୁନରୁଦ୍ଧାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ଆଇନ ସଚିବ, ରାଜସ୍ୱ ସଚିବ, ସାଧାରଣ ପ୍ରଶାସନ ସଚିବ, ଭୁବନେଶ୍ୱର ମହାନଗର ନିଗମ, ବିଡିଏ, ଖୋର୍ଦ୍ଧା ଜିଲ୍ଲାପାଳ ଭୁବନେଶ୍ୱର ଡିସିପିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe