ଚାପୁଡ଼ା ମାଡ଼ରେ ରୋଗୀଙ୍କ ମୃତ୍ୟୁ

ଗାଁରୁ ତଡ଼ିପାର ହୋଇଥିବା ପରିବାର ସଦସ୍ୟଙ୍କ ମୃତ୍ୟୁ, ୨୪ଘଣ୍ଟା ପରେ ପୁଲିସ ଉପସ୍ଥିତିରେ ଶବଦାହ

ଆନନ୍ଦପୁର : ରୋଗୀଙ୍କ ସଂପର୍କୀୟଙ୍କ ଚାପୁଡ଼ା ମାଡ଼ରେ ଅନ୍ୟ ଜଣେ ରୋଗୀଙ୍କ ମୃତ୍ୟୁ। ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟରେ ଏଭଳି ଅଘଟଣ ଘଟିଛି। ଗତକ‌‌ାଲି ରୋଗୀ ନେଇ ଆସିଥିବା ସଂପର୍କୀୟଙ୍କ ଚାପୁଡ଼ା ମାଡ଼ରେ ଗୁରୁତର ହୋଇଥିବା ଅନ୍ୟଜଣେ ରୋଗୀଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ କଟକ ବଡଡାକ୍ତରଖାନାରେ ମୃତ୍ୟୁ ହୋଇଛି।

ମୃତ ବ୍ୟକ୍ତି ହେଲେ ଆନନ୍ଦପୁର ମୁଖିସାହିର ଗୌତମ ମୁଖି(୩୦)। ସେ ଅସୁସ୍ଥତା ଯୋଗୁ ଗତ ୧୦ ତାରିଖରେ ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାପରେ ଗୌତମ ସୁସ୍ଥ ହୋଇଥିଲେ। ଗତକାଲି ଅପରାହ୍‌ଣରେ ଚଲାବୁଲା କରିଥିଲେ। ପ୍ରାୟ ୪ଟାବେଳେ ଗୌତମ ଡାକ୍ତରଖାନା ପାଚେରି ନିକଟରେ ପରିସ୍ରା କରିବାକୁ ଯାଇଥିଲେ। ଏହି ସମୟରେ ଡାକ୍ତରଖାନାକୁ ରୋଗୀନେଇ ଆସିଥିବା ଆନନ୍ଦପୁର ଥାନା ପଞ୍ଚୁଗୋଛିଆ ଗ୍ରାମର ବଳରାମ ଦଳେଇ ଏଠାରେ କାହିଁକି ପରିସ୍ରା କରୁଛ ବୋଲି ଗୌତମଙ୍କୁ ଗାଳିଗୁଲଜ କରିବା ସହିତ ହଠାତ୍ ଚାପୁଡ଼ା ମାରିଥିଲେ। ଚାପୁଡ଼ା ମାଡ଼ରେ ଗୌତମ ବେହୋସ୍‌ ହୋଇ ତଳେ ପଡ଼ି ଯାଇଥିଲେ। ଚିତ୍କାର ଶୁଣି ସଙ୍ଗେସଙ୍ଗେ ଲୋକମାନେ ତାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେସଙ୍ଗେ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଗୌତମଙ୍କର ମୃତ୍ୟୁ ହୋଇ ଯାଇଥିଲା। ଖବରପାଇ ପୁଲିସ୍‌ ବଳରାମଙ୍କୁ ଅଟକ ରଖିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘସିପୁରା ଥାନା ଅଧିକାରୀ ରାମଚନ୍ଦ୍ର ବିଶ୍ବାଳ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe