ଏସ୍‌ସିବିରେ ଅଭାବନୀୟ ଦୃଶ୍ୟ : ଚିକିତ୍ସା ମିଳିଲାନି; ଗଛମୂଳେ ଆଖିବୁଜିଲେ ଅସହାୟ ରୋଗୀ

Advertisment
ଏସ୍‌ସିବିରେ ଅଭାବନୀୟ ଦୃଶ୍ୟ : ଚିକିତ୍ସା ମିଳିଲାନି; ଗଛମୂଳେ ଆଖିବୁଜିଲେ ଅସହାୟ ରୋଗୀ

କଟକ : ୱାର୍ଡ ମିଳିଲାନି। ବାରଣ୍ଡାରେ ବି ଚିକିତ୍ସା ହେଲାନି। ଶେଷରେ ଗଛମ‌ୂଳେ ଅସହାୟ ଅବସ୍ଥାରେ ପଡ଼ି ପ୍ରାଣ ହରାଇଲେ ଜଣେ ରୋଗୀ। କଟକ ବଡ଼ ମେଡିକାଲ୍‌ରେ ଆଜି ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନିୟୁ ମେଡିସିନ୍ ୱାର୍ଡ ସମ୍ମୁଖ ଗଛମ‌ୂଳେ ଏହି ଅସହାୟ ରୋଗୀଙ୍କ ମୃତ୍ୟୁ ଘଟିବା ପରେ ପୁଲିସ ତାଙ୍କ ମୃତହେଦକୁ ଉଦ୍ଧାର କରି ଶବ ସଂରକ୍ଷଣ ଗୃହରେ ରଖିଛି। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ। ସୂଚନା ଅନୁସାରେ, ଏସ୍‌ସିବିରେ ଅସହାୟ ରୋଗୀଙ୍କ ଚିକିତ୍ସା ପାଇଁ କାମ କରୁଛନ୍ତି ଅନେକ ସଂସ୍ଥା। ସରକାରୀ ତହବିଲରୁ ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଏହାର ସୁଫଳ ଅନେକ ଅସହାୟ ରୋଗୀ ପାଇପାରୁନଥିବା ଅଭିଯୋଗ ହେଉଛି। ପରିଣାମ, ‌େକତେବେଳେ ଗଛମୂଳେ ପଡ଼ି ଅସହାୟ ରୋଗୀଙ୍କ ପ୍ରାଣ ଯାଉଛି ତ କେତେବେଳେ ୱାର୍ଡ ବାରଣ୍ଡାରେ ଚିକିତ୍ସା ସୁବିଧା ନପାଇ ଦୟନୀୟ ଅବସ୍ଥାରେ ପଡି ରହୁଛନ୍ତି। ମାନସିକ ରୋଗ ବିଭାଗ, ଅର୍ଥପେଡିକ୍‌, ମେଡିସିନ୍‌ ବିଭାଗରେ ଅସହାୟ ରୋଗୀଙ୍କ ସ୍ଥିତି ଆହରି ସଙ୍ଗୀନ। ଏଭଳି ସ୍ଥିତିରେ ଗତ ଦୁଇଦିନ ହେଲା ମେଡିସିନ୍‌ ୱାର୍ଡ ସମ୍ମୁଖ ଗଛମୂଳେ ଜଣେ ବୃଦ୍ଧ ପଡ଼ି ରହିଥିଲେ। ଆଜି ସକାଳୁ ତାଙ୍କର ସେଠାରେ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଅସହାୟ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ୱାର୍ଡ ଓ ଉପଯୁକ୍ତ ଚିକିତ୍ସା ପାଇଁ କିଛି ମାସ ତଳେ ମେଡିକାଲ ପରିଦର୍ଶନରେ ଆସିଥିବା ମାନବଧିକାର କମିସନଙ୍କ ପକ୍ଷରୁ ଏସସିବି କତ୍ତୃର୍ପକ୍ଷଙ୍କୁ କିଛି ପରାମର୍ଶ ଦିଆଯାଇଥିଲା। ଏପରିକି, ବାରମ୍ବାର ଏନେଇ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଉଛି। ହେଲେ ପ‌ରିସ୍ଥିତିରେ କୌଣସି ସୁଧାର ନଆସିବା ବ୍ୟବସ୍ଥାର ଦୁର୍ବଳ ଚେହେରାକୁ ପଦାରେ ପକାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe