ଢେଙ୍କାନାଳ ମେଡିକାଲ ବାରଣ୍ଡାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟଣା : ଆୟୁଷ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସକୁ ସଂଘର ବ‌ିରୋଧ

Advertisment
ଢେଙ୍କାନାଳ ମେଡିକାଲ ବାରଣ୍ଡାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟଣା : ଆୟୁଷ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସକୁ ସଂଘର ବ‌ିରୋଧ

google.com

ଭୁବନେଶ୍ବର : ଢେଙ୍କାନାଳ ମୁଖ୍ୟ ମେଡିକାଲ ବାରଣ୍ଡାରେ ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାରେ ଚିକିତ୍ସାଳୟରେ ଡ୍ୟୁଟି କରୁଥିବା ଆୟୁଷ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସ୍ଥାନୀୟ ସିଡିଏମ୍‌ଓ ଜିଲ୍ଲାପାଳଙ୍କୁ ସୁପାରିସ କରିଥିବା ଜଣାପଡ଼ିଛି।

ତେବେ ଏହି ଘଟଣାକୁ ରାଜ୍ୟ ସରକାରୀ ଆୟୁର୍ବେଦିକ ଚିକିତ୍ସକ ସଂଘ ବିରୋଧ କରିଛି। ସଂଘର କହିବାନୁଯାୟୀ, ସଂପୃକ୍ତ ଆୟୁଷ ଡାକ୍ତର ଜଣକ ଗତ ଏପ୍ରିଲ ମାସରୁ କୋଭିଡ୍‌ ଡ୍ୟୁଟିରେ ନିୟୋଜିତ ହୋଇଛନ୍ତି। ମାତ୍ର ଚିକିତ୍ସାଳୟରେ ତାଙ୍କୁ କାଜୁଆଲଟିରେ ଡ୍ୟୁଟି କରିବା ନିର୍ଦେଶ ଦିଆଯାଇଥିଲା। ଚିକିତ୍ସାଳୟରେ ଜଣେ ଏମ୍‌ବିବିଏସ୍‌ ଡାକ୍ତର ଥିବା ସତ୍ବେ ଆୟୁଷ ଡାକ୍ତରଙ୍କୁ କିଭଳି କାଜୁଆଲ୍‌ଟିରେ ଡ୍ୟୁଟି କରିବାକୁ ଦିଆଗଲା ତାହାକୁ ନେଇ ସଂଘ ପ୍ରଶ୍ନ ଉଠାଇଛି। ତେଣୁ ଏହି ଘଟଣାର ବିଧିବଦ୍ଧ ତଦନ୍ତ ଆୟୁଷ ନିର୍ଦେଶକଙ୍କ ଦ୍ବାରା କରାଯାଉ ବୋଲି ସଂଘର ସଭାପତି ଡା.ସୁନୀଲ କୁମାର ରଥ ଦାବି କରିଛନ୍ତି। ଏହାସ‌ତ୍ବେ ଯଦି ସଂପୃକ୍ତ ଆୟୁଷ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତାହାଲେ କୋଭିଡ୍‌ ଡ୍ୟୁଟିରେ ନିୟୋଜିତ ହୋଇଥିବା ଆୟୁଷ ଡାକ୍ତରଙ୍କ ମନୋବଳ ଭାଙ୍ଗିଯିବ। ଫଳରେ ରାଜ୍ୟବ୍ୟାପୀ କାର୍ଯ୍ୟରତ ଡାକ୍ତରମାନେ କୋଭିଡ୍‌ ଡ୍ୟୁଟିରୁ ବିରତ ନେବାକୁ ବାଧ୍ୟ ହେବେ ବୋଲି ଡା.ରଥ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe