image source-facebook
ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସା ପାଇଁ ଆସିଥିଲେ। କିନ୍ତୁ ଚିକିତ୍ସା ହେବା ଆଗରୁ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ମୃତ ବ୍ୟକ୍ତି ଜଣକ ଲୋଇସିଂହା ଥାନା ଅର୍ନ୍ତଗତ ଯୁଗିସୁର୍ଡା ଗ୍ରାମର ଚିତ୍ତରଞ୍ଜନ ମିଶ୍ର ବୋଲି ଜଣାପଡ଼ିଛି। ବୁଧବାର ସକାଳୁ ଚିତ୍ତରଞ୍ଜନ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ଆଣିଥିଲେ। ବହିର୍ବିଭାଗରେ ଚିକିତ୍ସା ହେବା ପାଇଁ ଟିକଟ କାଉଣ୍ଟରରେ ଟିକେଟ କାଟି ଡାକ୍ତରଙ୍କ ପରାମର୍ଶ ନେବାକୁ ଧାଡ଼ିରେ ଛିଡ଼ା ହୋଇଥିଲେ। ହଠାତ୍ ସେଇଠାରେ ସେ ଟଳି ପଡ଼ିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ କାଜୁଆଲିଟିକୁ ନେଇ ଚିକିତ୍ସା କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Follow Us