ଭଦ୍ରକର ୩ ନୂଆ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା, ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସହ ଏକାଠି କୋଲକାତାରୁ ଫେରିଥିଲେ

Advertisment
ଭଦ୍ରକର ୩ ନୂଆ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା, ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସହ ଏକାଠି କୋଲକାତାରୁ ଫେରିଥିଲେ

ଭଦ୍ରକ/ ଭୁବନେଶ୍ବର : ଆଜି ସକାଳେ ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ବାସୁଦେବପୁର ବ୍ଲକର ଓ ପୂର୍ବରୁ ଭଦ୍ରକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସହ ଏମାନେ ଗୋଟିଏ ଗାଡ଼ିରେ କୋଲକାତାରୁ ଫେରିଥିଲେ ବୋଲି ସୂଚନା ମିଳିଛି। ଏହାଫଳରେ ଜିଲ୍ଲାର ବାସୁଦେବପୁର ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ଆଜି ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲା ପ୍ରଶାସନ।

ଅନ୍ୟପକ୍ଷରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ୨୨ ତାରିଖ ସକାଳେ ଘୋଷିତ ୩ କରୋନା ଆକ୍ରାନ୍ତଙ୍କ ସଂପର୍କରେ ସୂଚନା ଜାରି କରାଯାଇଛି। ଏହି ତିନି ଜଣ ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଫେରନ୍ତା ବୋଲି ଜଣାପଡ଼ିଛି। ପୂର୍ବରୁ ଭଦ୍ରକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସହ ଏମାନେ ଗୋଟିଏ ଗାଡ଼ିରେ କୋଲକାତାରୁ ଫେରିଥିଲେ। ଏହି ୩ ପୁରୁଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୪୦, ୫୫ ଓ ୩୫ ବର୍ଷ ବୋଲି ସୂଚନା ରହିଛି।

publive-image

ନୂତନ ଆକ୍ରାନ୍ତଙ୍କୁ ରାଜ୍ୟରେ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଛି।  ଫଳରେ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୧ରେ ପହଞ୍ଚିଛି । ବର୍ତମାନ ସୁଦ୍ଧା ରାଜ୍ୟରେ ଖୋର୍ଧା ଜିଲ୍ଲାରେ ସର୍ବାଧିକ ୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛି ଭଦ୍ରକ । ଭଦ୍ରକ ଜିଲ୍ଲାରେ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରାଜ୍ୟରେ ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୧ ରହିଛି । କରୋନା ଭାଇରସ୍ ସଂକ୍ରମଣରେ ଜଣେ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ଆଶ୍ୱସ୍ତିକର ଖବର ହେଲା ଏବେ ସୁଦ୍ଧା କରୋନାରୁ ସୁସ୍ଥ ହେଲେଣି ୩୦ ଜଣ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩ ହଜାର ୭୭୫ଟି କରୋନା ଟେଷ୍ଟ ହୋଇଛି ଏବଂ ୪ ହଜାର ୯୭୫ଟି ଆଣ୍ଟିବଡ଼ି ଟେଷ୍ଟ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe