ଅବ୍ୟବସ୍ଥାର ସୀମା ଟପିଲାଣି ବଡ଼ ଡାକ୍ତରଖାନା: ଗ୍ଲୋବସ୍‌ ନାହିଁ କହି ରୋଗୀଙ୍କ ପାଖ ମାଡ଼ିଲେନି, ୧୪ ଘଣ୍ଟା ପରିସ୍ରାରେ ଘାଣ୍ଟିହେଲେ ରୋଗୀ

Advertisment

ସିଡିଏମ୍‌ଙ୍କୁ ଜଣାଇବା ପ‌ରେ ଚିକିତ୍ସା ଆରମ୍ଭ

ସିଡିଏମ୍‌ଙ୍କୁ ଜଣାଇବା ପ‌ରେ ଚିକିତ୍ସା ଆରମ୍ଭ

ଅବ୍ୟବସ୍ଥାର ସୀମା ଟପିଲାଣି ବଡ଼ ଡାକ୍ତରଖାନା: ଗ୍ଲୋବସ୍‌ ନାହିଁ କହି ରୋଗୀଙ୍କ ପାଖ ମାଡ଼ିଲେନି, ୧୪ ଘଣ୍ଟା ପରିସ୍ରାରେ ଘାଣ୍ଟିହେଲେ ରୋଗୀ

Biswabijayee Odisha News Search 13

ବାଲେଶ୍ୱର : ବାଲେଶ୍ୱର ବଡ଼ ଡାକ୍ତରଖାନାରେ ରୋଗୀ ଅବହେଳା ଚରମ ସୀମାରେ ପହଞ୍ଚିଛି। ଘଣ୍ଟା ଘଣ୍ଟା ଧରି ରୋଗୀ ତଳେ ପଡ଼ି ଛଟପଟ ହେଉଥିବା ବେଳେ ଡାକ୍ତର ନା ନର୍ସ କେହି ପାଖ ମାଡ଼ିନାହାନ୍ତି। ସକାଳ ୭ଟାରୁ ଦିନ ୧୨ଟା ଯାଏ କେହି ଜଣେ ବି ରୋଗୀଙ୍କ ପାଖକୁ ଆସିନଥିଲେ। ଶେଷରେ ‌ରୋଗୀ ସହିତ ଆସିଥିବା ଜଣେ ପଡ଼ୋଶୀ ଏଠିସେଠି ଦୌଡ଼ି କାକୁତିମିନତି ହୋଇଥିଲେ ବି କେହି ଶୁଣିନଥିଲେ। ଶେଷରେ ସିଡିଏମ୍‌ଓଙ୍କୁ ଏ ବାବଦରେ ଜଣାଇବା ପରେ ରୋଗୀଙ୍କୁ ଚିକିତ୍ସା ମିଳିଥିଲା।

ବାଲେଶ୍ବର ଫକୀରମୋହନ ଗୋଲେଇ ସ୍ଥିତ ଗୌଡ଼ୀୟ ମଠରେ ଲକ୍ଷ୍ମୀ ଦିଦି ନାମକ ଜଣେ ସେବିକା ଆଜି ସକାଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ମଠର ଅନ୍ତେବାସୀ ଓ ପଡ଼ୋଶୀ ତାଙ୍କୁ ଜିଲ୍ଲା ବଡ଼ ଡାକ୍ତରଖାନାରେ ଆଣି ଭର୍ତ୍ତି କରିଥିଲେ। ହେଲେ ଲକ୍ଷ୍ମୀ ଗୁରୁତର ଅବସ୍ଥାରେ ତଳେ ପଡ଼ିଥିଲେ ବି ତାଙ୍କୁ କେହି ଦେଖିବାକୁ ଆସିନଥିଲେ। ଲକ୍ଷ୍ମୀ ବାରମ୍ବାର ପରିସ୍ରା କରୁଥିଲେ ମଧ୍ୟ କେହି ୟୁରିନାଲ ପାଇପ୍‌ ଲଗେଇ ନଥିଲେ। ଫଳରେ ତାଙ୍କ ସହ ଆସିଥିବା ପଡ଼ୋଶୀ ଅନାଦି ଚରଣ ପ୍ରମାଣିକ ବହୁ କାକୁତିମିନତି ପରେ ଜଣେ ଡାକ୍ତର ଆସି ଔଷଧ ଲେଖିଥିଲେ। ପରିସ୍ରା କରିବା ପାଇଁ ବାହାରୁ ୟୁରିନାଲ ପାଇପ୍‌ କିଣିବାକୁ କୁହାଯାଇଥିଲା। ପଡ଼ୋଶୀ ଜଣକ ୟୁରିନାଲ ପାଇପ୍‌ ବାହାରୁ କିଣିକି ଆଣିଥିଲେ ବି କେହି ଲଗାଇବାକୁ ଆସିନଥିଲେ। ଓଲଟି ଗ୍ଲୋବସ୍‌ ନାହିଁ କହି ନର୍ସ ପାଖ ମାଡ଼ିନଥିଲେ। ଏମିତି ଅସହଜ ଅବସ୍ଥାରେ ସକାଳ ପ୍ରାୟ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଲକ୍ଷ୍ମୀ ପରିସ୍ରାରେ ଭିଜୁଥିଲେ। ମାତ୍ର ଦୁର୍ଭାଗ୍ୟର ବିଷୟ ଡାକ୍ତରଖାନା ସମ୍ପୃକ୍ତ ନର୍ସ ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଭିତରେ ଟିକେ ହେଲେ ବି ମାନବିକତା ଦେଖିବାକୁ ମିଳିନଥିଲା। ପରେ ସ୍ଥାନୀୟ ଯୁବ ସାମାଜିକ କର୍ମୀ ସନ୍ଦୀପ୍ତ ଦାସ ଏ ସଂପର୍କରେ ସିଡିଏମଓଙ୍କୁ ଜଣାଇବା ପରେ ତାଙ୍କୁ ପାଇଁ ସମସ୍ତେ ଆଗଭର ହୋଇ ଦୌଡ଼ି ଆସିଥିଲେ। ମେଡିକାଲ କଲେଜ ହସ୍ପିଟାଲର ସୁବିଧା ମିଳୁଥିବା ବାଲେଶ୍ବର ବଡ଼ ଡାକ୍ତରଖାନା‌ରେ ଆଜି ଏଭଳି ଅବ୍ୟବସ୍ଥା ଦେଖି ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe