ରୋଗୀଙ୍କୁ ମିଳୁନି, ପୋଡ଼ା ହେଉଛି ସରକାରୀ ଔଷଧ

Advertisment
ରୋଗୀଙ୍କୁ ମିଳୁନି, ପୋଡ଼ା ହେଉଛି ସରକାରୀ ଔଷଧ

ବ୍ରହ୍ମଗିରି : ସରକାର ରୋଗୀଙ୍କୁ ମାଗଣାରେ ଔଷଧ ଦେବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଗାଁ ଗହଳିରେ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ଦେବାକୁ ଅନେକ ଯୋଜନା ମଧ୍ୟ କରିଛନ୍ତି। ଗୋଟିଏ ପଟେ ରୋଗୀଙ୍କୁ ଆବଶ୍ୟକ ଔଷଧ ମିଳୁ ନଥିବା ବେଳେ ଅନ୍ୟପଟେ ଡାକ୍ତରଖାନା ପରିସରରେ ଖୋଲାଖୋଲି ଭାବେ ସରକାରୀ ଔଷଧ ପୋଡ଼ା ଯାଉଛି। ବ୍ରହ୍ମଗିରି ବ୍ଲକ୍ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଖଜୁରିଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

publive-image

ଖବର ନେବାରେ ଜଣାପଡ଼ିଛି ଯେ ସ୍ଥାନୀୟ ଖଜୁରିଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ଗଦା ଗଦା ଔଷଧ ଓ ସିରିଞ୍ଜ୍‌ ପଡ଼ିଥିବା ଲୋକମାନେ ଦେଖିବାକୁ ପାଇଥିଲେ। ଏହି ଔଷଧ ଡାକ୍ତରଖାନା ପରିସରରେ ରାସ୍ତା କଡ଼ରେ ପଡ଼ି ରହିଥିଲା। ଏଥିରୁ କିଛି ଔଷଧର ଅବଧି ଶେଷ ହୋଇ ଯାଇଥିବା ବେଳେ ଆଉ କେତେକ ଔଷଧର ଅବଧି ଥିଲା। ଏହି ଖବର ପ୍ରଚାରିତ ହେବା ପରେ ଅପରାହ୍ନରେ ଗଦା ହୋଇଥିବା ଔଷଧରେ କେହି ନିଆଁ ଲଗାଇ ପୋଡ଼ି ଦେଇଥିଲା। ଯଦି ଔଷଧର ଅବଧି ଶେଷ ହୋଇଯାଇଥିଲା ତେବେ ଏହାକୁ ସ୍ବତନ୍ତ୍ର ଭାବେ ଡାକ୍ତରଖାନା ଭିତରେ ଡିସ୍‌ପୋଜାଲ୍‌ ମେସିନ୍‌ରେ ନଷ୍ଟ କରାଯିବା କଥା। ସେହିପରି ଅବଧି ଥିବା ଔଷଧକୁ କାହିଁକି ପୋଡ଼ଗଲା ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରୋଗୀଙ୍କୁ ଔଷଧ ମିଳୁ ନଥିବା ବାରମ୍ବାର ଅଭିଯୋଗ ହେଉଥିଲା ବେଳେ ଏଠାରେ ଔଷଧ ପୋଡ଼ା ଯିବା ଘଟଣାକୁ ନେଇ ରୋଗୀମାନେ ଅସନ୍ତୋଷ ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe