୪୯ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର, ଚିକିତ୍ସା ଲାଗି ମହିଳା କିମ୍ସସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି

Advertisment
୪୯ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର, ଚିକିତ୍ସା ଲାଗି ମହିଳା କିମ୍ସସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ରାଜ୍ୟ ସରକାର ୪୯ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କରିଛନ୍ତି । ସେ ୟୁନିଟ-୪ସ୍ଥିତ ମଧୁସୂଦନ ନଗରର ୪୧ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଏହା ସମ୍ଭବତଃ ତାଙ୍କର ସଂକ୍ରମଣର କାରଣ ହୋଇପାରେ। ଆକ୍ରାନ୍ତ ଜଣକ ମହିଳା ଓ ତାଙ୍କୁ ୩୫ ବର୍ଷ ବୋଲି ସୂଚନା ରହିଛି।

ସେ ମାର୍ଚ୍ଚ ୨୦ରୁ ଏପ୍ରିଲ ୩ ମଧ୍ୟରେ ମଧୁସୂଦନ ନଗରସ୍ଥିତ ଘରେ ଥିଲେ । ଏପ୍ରିଲ ୪ରେ ରେଡକ୍ରସ ଭବନ ଅଂଚଳକୁ ଯାଇଥିଲେ । ସେହିପରି ସେ ଏପ୍ରିଲ ୬ରେ କ୍ୟାପିଟାଲ ହସ୍ପିଟାଲ ଅଂଚଳକୁ  ଯାଇଥିଲେ । ମହିଳା ଜଣକ ଏପ୍ରିଲ ୭ରୁ ୧୦ ହୋମ କ୍ୱାରେଣ୍ଟାଇନରେ ଥିଲେ । ଏପ୍ରିଲ ୧୦ରେ ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା । ଏଥି ସହିତ ତାଙ୍କୁ କ୍ରମାଗତ ଭାବେ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଥିଲା । ଏପ୍ରିଲ ୧୦ରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ତାଙ୍କୁ ଆଜି କିମ୍ସସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ୭୨ ବର୍ଷିଅ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏବେ ୩୭ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ଥିବା ବେଳେ ସେଥିରୁ ୩୫ ଜଣଙ୍କ ଠାରେ କୌଣସି କରୋନା ଲକ୍ଷଣ ନାହିଁ । ରାଜ୍ୟର ୮୦ ପ୍ରତିଶତ କରୋନା ପଜିଟିଭ ଖୁବ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe